ଆଇପିଏଲ : ଜମେଇ ଦେଲେ ଡି ଭିଲିୟର୍ସ, ଅତି ସହଜରେ ଜିତିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ଶାରଜା : ଆଜିର ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଶୋଚନୀୟ ଭାବେ ୮୨ ରନରେ ପରାସ୍ତ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ତାର ପଞ୍ଚମ ବିଜୟ ହାସଲ କରିଛି । କୋଲକାତା ୧୯୫ ରନ ଲକ୍ଷ୍ୟର ପିଛା କରି ରନ କରି ପାରିଥିଲା । ଓପନର ଶୁଭମାନ ଗିଲଙ୍କ (୩୪ ରନ) ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବାଙ୍ଗାଲୋର ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ । ୨୦ ଓଭରରେ ଦଳ ୯ ଉଇକେଟରେ ୧୧୨ ରନ କରି ପାରିଥିଲା । ଏହି ବିଜୟ ସହ ୧୦ ପଏଣ୍ଟ ଲାଭ କରି କୋଲକାତା ତୃତୀୟ ସ୍ଥାନରେ ପହଂଚିଛି ।

ପ୍ରଥମେ ବ୍ୟାଟିଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କରିଥିଲା ୨ ଉଇକେଟରେ ୧୯୪ ରନ । ଓପନର ଫିଂଚ ଓ ଦେବଦତ୍ତ ପଡିକାଲ ୬୭ ରନ ସଂଗ୍ରହ କରିଥିଲେ । ଫିଂଚ ୩୭ ବଲରେ ୪୭ ଓ ପଡ଼ିକାଲ ୨୩ ବଲରେ ୩୨ ରନ କରିଥିଲେ । ଅଧିନାୟକ ବିରାଟ କୋହଲି ଏବଂ ଡି ଭିଲିୟର୍ସଙ୍କ ଯୋଡି ଠିକ ୧୦୦ ରନ ସ୍କୋର କରିବା ଫଳରେ ଦଳ ୧୯୪ରେ ପହଂଚି ଥିଲା । କୋହଲି ମାତ୍ର ଗୋଟିଏ ଚୌକା ମାରି ୨୮ ବଲରେ ୩୩ ରନ ଏବଂ ଡି ଭିଲିୟର୍ସ ମାତ୍ର ୩୩ ବଲରେ ୭୩ ରନ କରିଥିଲେ । ସେ ଭୟଙ୍କର ଆକ୍ରମଣ କରି ୫ଟି ଚୌକା ଓ ୬ଟି ଛକା ମାରିଥିଲେ ।

Leave A Reply

Your email address will not be published.