ଦିନେଶ କାର୍ତ୍ତିକ ଏବଂ ଶାହବାଜ ଅହମ୍ମଦଙ୍କ ବିସ୍ଫୋରକ ବ୍ୟାଟିଂ, ରାଜସ୍ଥାନକୁ ହରାଇଲା ବେଙ୍ଗାଲୁରୁ

ଦିନେଶ କାର୍ତ୍ତିକ ଓ ଶାହବାଜ ଅହମ୍ମଦଙ୍କ ବିସ୍ଫୋରକ ବ୍ୟାଟିଂ । ରାଜସ୍ଥାନ ରୟାଲସକୁ ହରାଇଲା ବେଙ୍ଗାଲୁରୁ । ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ରାଜସ୍ଥାନ ରୟାଲସକୁ ୪ ଓ୍ଵିକେଟରେ ହରାଇଲା RCB । ତିନିଟି ମ୍ୟାଚରୁ ଦ୍ୱିତୀୟ ବିଜୟ ହାସଲ କରିଛି RCB । ଜୋସ ବଟଲରଙ୍କ ୭୦ ରନ ଓ ହେଟମାୟାରଙ୍କ ୪୨ ରନ ବଳରେ ୧୬୯ ରନ କରିଥିଲା ରାଜସ୍ଥାନ । ଜବାବରେ RCB ଦିନେଶ କାର୍ତ୍ତିକଙ୍କ ଅପରାଜିତ ୪୪ରନ ଏବ ଶାହବାଜଙ୍କ ୪୫ ରନ ବଳରେ ୬ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ।

Leave A Reply

Your email address will not be published.