ଆରସିବିର କମବ୍ୟାକ, ଚେନ୍ନାଇ ସୁପରକିଙ୍ଗସକୁ ହରାଇ ପ୍ଲେ ଅଫରେ କଲା ଏଣ୍ଟ୍ରି

ବିଜେତା ସିଏସକେ ବିଦା । ପ୍ଲେ ଅଫରେ ଆରସିବି। ଚେନ୍ନାଇ ସୁପରକିଙ୍ଗସକୁ ବିଦାୟର ରାସ୍ତା ଦେଖାଇ ଅପ୍ରତ୍ୟାଶିତ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ହାସଲ କରି ନେଇଛି । ଆରସିବି ୨୧୮ ରନ କରି ନେବା ପରେ ସିଏସକେକୁ ୧୯୧ ରନରେ ରୋକି ନେଇଥିଲା । ଉଭୟ ଦଳ ୧୪ ପଏଣ୍ଟରେ ପହଞ୍ଚି ଯିବାରୁ ଉନ୍ନତ ଏନଆରଆର ବଳରେ ଆରସିବି ପ୍ଲେଅଫ୍ ଚତୁର୍ଥ ସ୍ଥାନଟି ଦଖଲ କରି ନେଇଥିଲା ।

(କେନ୍ୟୁଜ): ବିଜେତା ସିଏସକେ ବିଦା । ପ୍ଲେ ଅଫରେ ଆରସିବି। ଚେନ୍ନାଇ ସୁପରକିଙ୍ଗସକୁ ବିଦାୟର ରାସ୍ତା ଦେଖାଇ ଅପ୍ରତ୍ୟାଶିତ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ହାସଲ କରି ନେଇଛି । ଆରସିବି ୨୧୮ ରନ କରି ନେବା ପରେ ସିଏସକେକୁ ୧୯୧ ରନରେ ରୋକି ନେଇଥିଲା । ଉଭୟ ଦଳ ୧୪ ପଏଣ୍ଟରେ ପହଞ୍ଚି ଯିବାରୁ ଉନ୍ନତ ଏନଆରଆର ବଳରେ ଆରସିବି ପ୍ଲେଅଫ୍ ଚତୁର୍ଥ ସ୍ଥାନଟି ଦଖଲ କରି ନେଇଥିଲା ।

ସିଏସକେକୁ ୨୧୯ରନ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ୨୦୧ ରନ ଦରକାର ଥିଲା। କିନ୍ତୁ ୧୯୧ରେ ଅଟକି ଯାଇଥିଲା ସିଏସକେ । ଆରସିବି ପକ୍ଷରୁ ଡୁପ୍ଲେସିସି ୫୪ ରନ୍ ଏବଂ କୋହଲି ୪୭ ରନ୍ ର ପାଳି ଖେଳିଥିଲେ । ଚେନ୍ନାଇ ୧୪ ମ୍ୟାଚରୁ ୭ଟିରେ ବିଜୟୀ ହୋଇଥିବା ବେଳେ ଆରସିବି ମଧ୍ୟ ୧୪ ମ୍ୟାଚରୁ ୭ ମ୍ୟାଚରେ ବିଜୟୀ ହୋଇଛି । ଉଭୟ ଦଳର ଏଣ୍ଟ ସମାନ ରହିଛି । କିନ୍ତୁ ଏନଆରଆର ରେ ଆରସିବି ଉନ୍ନତ ଥିବାରୁ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରି ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.