ଟ୍ରାଭିସ ହେଡଙ୍କ ବିଜ୍ଞାପନକୁ ନେଇ ବିବାଦ, ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଆରସିବି

ଆରସିବି ଓ Uber ମଧ୍ୟରେ ବିବାଦ ଦେଖାଦେଇଛି । ଏକ ବିଜ୍ଞାପନକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି, ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ୍ ଖେଳୁଥିବା ଅଷ୍ଟ୍ରେଲିଆର କ୍ରିକେଟର ଡ୍ରାଭିସ୍ ହେଡ୍ ନଜର ଆସିଛନ୍ତି । ଆରସିବି ଅନୁସାରେ ବିଜ୍ଞାପନରେ ତାଚ୍ଛଲ୍ୟ କରି “Royally Challenged Bengaluru” କୁହାଯାଇଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିବାଦୀୟ ବିଜ୍ଞାପନକୁ ନେଇ ମାମଲା ଦାଖଲ କରିଛି । ଆରସିବି କହିଛି ଯେ, ବିଜ୍ଞାପନରେ ବ୍ୟବହାର କରାଯାଇଥିବା ଶବ୍ଦ ଯୋଗୁଁ ତାଙ୍କ ବ୍ରାଣ୍ଡର ଛବି ଖରାପ ହୋଇଛି । ଆରସିବି ଅଭିଯୋଗ କରିଛି ଯେ, ଏପରି କରି ସେମାନେ ଫ୍ରାଞ୍ଚାଇଜର ଟ୍ରେଡମାର୍କ ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି । ପରିହାସ କରିବା ଉଦ୍ଦେଶ୍ୟରେ ହିଁ ଏହି ବିଜ୍ଞାପନ କରାଯାଇଛି ବୋଲି ପ୍ରାଞ୍ଚାଇଜ୍ କହିଛି ।

କେବଳ ଆରସିବିର ନାଁ ସହ ଏପରି କରାଯାଇନାହିଁ । ଫ୍ରାଞ୍ଚାଇଜ୍ କୋର୍ଟରେ କହିଛି ଯେ, ବିଜ୍ଞାପନରେ ତାଙ୍କର ଲୋକପ୍ରିୟ ସ୍ଲୋଗାନ୍ Ee Saala Cup Namdeର ମଧ୍ୟ ମଜାକ୍ ଉଡାଇଛନ୍ତି । ଆରସିବି ଅନୁସାରେ ଏହି ସ୍ଲୋଗାନ ଟିମ୍ ଓ ଫ୍ୟାନ୍ସ ଉଭୟଙ୍କ ସହ ଭାବାତ୍ମକ ଭାବେ ଜଡ଼ିତ ରହିଛି । ତେଣୁ ବିଜ୍ଞାପନରେ ଏହାକୁ ବ୍ୟାଙ୍ଗ ଭାବେ ସାମିଲ କରିବା ଫ୍ୟାନ୍ସ ଓ ଟିମ୍ ଉଭୟଙ୍କ ଭାବନାର ତାଚ୍ଛଲ୍ୟ କରିବା ବ୍ୟତୀତ ଆଉ କିଛି ନୁହେଁ । ବିଜ୍ଞାପନ ଉପରେ ଆରସିବିର ଆକ୍ସନ ପରେ ଏବେ Uber Indiaର ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

ବର୍ତ୍ତମାନ ଆଇପିଏଲରେ ଆରସିବି ଭଲ ପ୍ରଦର୍ଶନ କରୁଛି । ଏହାରି ମଧ୍ୟରେ ଏହି ବିବାଦ ମୁଣ୍ଡ ଟେକିଛି । ଯଦି ଆରସିବି ଦଲିଲରେ କୋର୍ଟ ସହମତି ପ୍ରକାଶ କରନ୍ତି, ତେବେ ଉବେର ଇଣ୍ଡିଆ କେବଳ ବିଜ୍ଞାପନ ହଟାଇବନି ତା’ ସହିତ କ୍ଷମା ମଧ୍ୟ ମାଗିବ ।

Also Read : ପଞ୍ଜାବ କିଙ୍ଗସକୁ ବଡ଼ ଝଟକା, ଆଇପିଏଲରୁ ବାଦ୍ ପଡିଲେ ଲୋକି ଫର୍ଗ୍ୟୁସନ