ଦୁବାଇ : ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ଆଇପିଏଲ୍ ନୂଆ ଟିମ୍ ନିଲାମୀରେ ସର୍ବାଧିକ ବିଡ୍ ଉପସ୍ଥାପନ କରି କିଣିଛି ଲକ୍ଷ୍ନୌକୁ । ଅହମଦାବାଦ ଟିମ୍କୁ କିଣିଛି ସିଭିସି କ୍ୟାପିଟାଲ୍ସ । ଲକ୍ଷ୍ନୌକୁ ୭୦୦ କୋଟି ଟଙ୍କାରେ ଗୋଏଙ୍କା ଗ୍ରୁପ୍ କିଣିଥିବା ବେଳେ ଅହମଦାବାଦକୁ ୫,୬୦୦ କୋଟି ଟଙ୍କାରେ କିଣିଛି ସିଭିସି ଗ୍ରୁପ୍ । ଏହି ଦୁଇଟି ଟିମ୍ ଆଗାମୀ ଆଇପିଏଲ୍ରେ ଭାଗ ନେବେ ।
ଏହି ଦୁଇଟି ନିଲାମୀରେ ବିସିସିଆଇ ପାଖାପାଖି ୧୦ ହଜାର କୋଟି ଆୟ କରିବ ବୋଲି ଆଶା କରାଯାଉଥିଲା । ତେବେ ତା ହାତକୁ ଆସିଛି ୧୨ ହଜାର ୬୯୦ କୋଟି ଟଙ୍କା ।