କରୋନା ଯୁଦ୍ଧରେ ସାମିଲ ହେଲେ ଧାବିକା ଦୂତୀ ଚାନ୍ଦ, ନିଜ ଗାଁରେ ବାଣ୍ଟିଲେ ୧୦୦୦ ଖାଦ୍ୟ ପ୍ୟାକେଟ

ମହାମାରୀ କରୋନା ଭାଇରସ ଯୁଦ୍ଧରେ ସମସ୍ତେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଭାରତର ଶିଳ୍ପପତି, ଉଦ୍ୟୋଗପତି, କର୍ପୋରେଟ ହାଉସ, ବଲିଉଡ ଷ୍ଟାର, ଖେଳ ଜଗତର ତାରକା ଆଗକୁ ପାଦ ବଢାଇଛନ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଭାରତର ତଥା ଓଡିଶାର ଦ୍ରୁତି ଧାବିକା ଦୂତୀ ଚାନ୍ଦ। ଆଥଲେଟିକ୍ସ ଟ୍ରାକରେ ନିଜର ଚମକ ଦେଖାଇ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଥିବା ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ ସମାଜସେବା କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

କରୋନା ଭାଇରସ୍ ସଂକ୍ରମଣ ପ୍ରଭାବରୁ ସମ୍ପୂର୍ଣ୍ଣ ଭାରତ ଏବେ ଲକଡାଉନ । କିଛି ପ୍ରତିଯୋଗିତା ନ ଥିବାରୁ ଦୂତୀ ଆବଶ୍ୟକ ଟ୍ରେନିଂ କରି ନିଜକୁ ଫିଟ୍ ରଖିବା ସହ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏବେ ଭୁବନେଶ୍ୱରରେ ରହୁଥିବା ଦୂତୀ ନିଜ ଗାଁ ଯାଜପୁର ଜିଲା ଚକାଗୋପାଳପୁରକୁ ଯାଇ ୧୦୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବାଣ୍ଟିଛନ୍ତି ।

chand

” ଲକଡାଉନ ସ୍ଥିତି ଯୋଗୁଁ ମୋ ଗାଁର ଲୋକମାନେ ଏବେ ବହୁତ ଅସୁବିଧାରେ ଥିବା ମୁଁ ଶୁଣିବାକୁ ପାଇଥିଲି। ତେଣୁ ମୁଁ ୫୦,୦୦୦ଟଙ୍କା ଖର୍ଚ୍ଚ କରିଥିବାବେଳେ କିଟ୍ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କ ସାହାଯ୍ୟକ୍ରମେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ, ଗ୍ରୋସରୀ ଏବଂ ସାନିଟାଇଜର ଆଦି ମିଶାଇ ପୁଡ଼ିଆ ପ୍ରସ୍ତୁତ କରିଥିଲି। ପ୍ରଥମ ପର୍ଯ୍ୟାୟରେ ୧୦୦୦ ଲୋକଙ୍କୁ ଶନିବାର ଏହି ପୁଡ଼ିଆ ବଣ୍ଟା ଯାଇଛି। ଲୋକମାନେ କରୋନା ଭାଇରସ୍ ଜନିତ ରୋଗକୁ ନେଇ ଭୟଭୀତ ଅଛନ୍ତି। ସେମାନେ ଏବେ ବହୁତ ଅସୁବିଧାରେ ଥିବା ମୁଁ ଅନୁଭବ କଲି। ତେଣୁ ମୋ ପକ୍ଷରେ ଯେତେ ସମ୍ଭବ ହୋଇ ପାରିବ ନିଶ୍ଚିତ ସାହାଯ୍ୟ କରିବି ବୋଲି ଦୂତୀ କହିଛନ୍ତି।

Leave A Reply

Your email address will not be published.