ରୁଷ୍ ବିପକ୍ଷରେ ଉରୁଗୁଏର ଏକ ତରଫା ବିଜୟ : ୨-୧ ରେ ଇଜିପ୍ଟକୁ ହରାଇଲା ସାଉଦି ଆରବ

ନୂଆଦିଲ୍ଲୀ : ଗତକାଲି ଖେଳାଯାଇଥିବା ମ୍ୟାଚରେ ରୁଷକୁ ୩-୦ ଗୋଲରେ ପରାସ୍ତ କରିଛି ଉରୁଗୁଏ । ଏହି ବିଜୟ ସହ ଦ୍ୱିତୀୟ ପର୍ୟ୍ୟାୟ ମୁକାବିଲା ପାଇଁ ଉରୁଗୁଏ ନିଜର ସ୍ଥାନ ପକ୍କା କରି ଗ୍ରୁପ୍ ଏ ଦଳର ଶୀର୍ଷରେ ରହିଛି । ଅନ୍ୟ ଏକ ମ୍ୟାଚ୍ରେ ସାଉଦି ଆରବ ୨-୧ ଗୋଲରେ ଇଜିପ୍ଟକୁ ପରାସ୍ତ କରିଛି । ୨୦୧୮ ବିଶ୍ୱକପ୍ରେ ସାଉଦି ଆରବର ଏହା ପ୍ରଥମ ବିଜୟ। ଏହା ପୂର୍ବରୁ ଚଳିତ ବିଶ୍ୱକପ୍ର କୌଣସି ମ୍ୟାଚରେ ଆରବ ଦଳ ଗୋଟିଏ ହେଲେ ଗୋଲ ବି ଦେଇ ନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.