ଋଷିଆ ଉପରେ କାର୍ଯ୍ଯାନୁଷ୍ଠାନ, ଟୋକିଓ ଅଲମ୍ପିକ୍ସରୁ ବାହାର ହେବା ସହିତ ୨ବର୍ଷ ପର୍ଯ୍ଯନ୍ତ ବ୍ଯାନ୍

ଅଲିମ୍ପିକ୍ କ୍ରୀଡାରେ ଋଷିଆକୁ ଲାଗିଲା ବଡ଼ ଝଟକା। ଆଗାମୀ ୨ଟି ଅଲିମ୍ପିକ ପର୍ଯ୍ୟନ୍ତ ଋଷିଆ ଖେଳାଳିମାନେ ଅଲିମ୍ପିକରେ ଅଂଶଗ୍ରହଣ କରିପାରିବେ, ହେଲେ ଏଥିରେ ସେମାନଙ୍କ ନାମ, ଦେଶର ପତାକା ଓ ଜାତୀୟ ସଙ୍ଗୀତ ସ୍ଥାନ ପାଇ ପାରିବନି। ସେହିପରି ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଋଷିଆ ଅଲିମ୍ପିକ ଭଳି କୌଣସି ବଡ଼ କ୍ରୀଡ଼ାର ଆୟୋଜନ ଲାଗି ମଧ୍ୟ ଦାବି କରିପାରିବନି ବୋଲି କୋର୍ଟ ଅଫ ଆର୍ବିଟେସନ ଫର୍ ସ୍ପୋର୍ଟସ୍ ଗୁରୁବାର ରାୟ ଦେଇଛନ୍ତି।

କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଋଷିୟ ପ୍ରତିଯୋଗୀମାନେ ଆଗାମୀ ଟୋକିଓ ଅଲିମ୍ପିକ୍ସ ଓ ୨୦୨୨ ବେଜିଂ ୱିଣ୍ଟର ଗେମସରେ ଭାଗ ନେଇ ପାରିବେ ବୋଲି କହିଛନ୍ତି। ସେହିପରି ୨୦୨୨ କାତାର ୱାର୍ଲଡ ଚାମ୍ପିୟନସିପରେ ମଧ୍ୟ ଋଷିୟ ଖେଳାଳି ଭାଗ ନେଇପାରିବେ। ବିଶ୍ୱ ଡୋପିଂ ରୋଧି ଏଜେନ୍ସୀ ୱାଡା ଏ ନେଇ ଋଷିଆ ଉପରେ ୪ ବର୍ଷ ଲାଗି କଟକଣା ଲାଗୁ କରିଥିଲେ। ତେବେ ଆର୍ବିଟ୍ରେସନ ଏହାକୁ ହ୍ରାସ କରିଛନ୍ତି। ହେଲେ ବି କଟକଣା ଲାଗୁ କରିଛନ୍ତି। ୨୦୧୪ ଅଲିମ୍ପିକରେ ସରକାର ସମର୍ଥିତ ଡୋପିଂ ଏବଂ ମାମଲାକୁ ଚାପି ଦେବା ଉଦ୍ଯମ ଅଭିଯୋଗ ହେବା ପରେ ତିନି ଜଜ୍ ଋଷକୁ କଠୋର ଦଣ୍ଡ ଶୁଣାଇଥିଲେ।

You might also like