ପବ୍ଲିକକୁ ହେୟଜ୍ଞାନ କରି ସୋସିଆଲ ମିଡିଆରେ ଭାଇରାଲ ହେଲେ ଋତୁରାଜ ଗାଏକୱାଡ଼

ଭାରତୀୟ କ୍ରିକେଟ ଟିମ ଓ ସାଉଥ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି ୨୦ ସିରିଜ ୨-୨ରେ ଡ୍ର ରହିଛି । ରବିବାର ବାଙ୍ଗାଲୋରରେ ଆୟୋଜିତ ହୋଇଥିବା ସିରିଜର ଶେଷ ମ୍ୟାଚ ବର୍ଷା ଯୋଗୁଁ କିଛିଟା ଫିକା ପଡିଯାଇଥିଲା । ପୁରା ମୁକାବିଲା ଯେବେ ୩.୩ ଓଭରରେ ହିଁ ଖେଳ ହୋଇଥିଲା । ସେହିଥିରୁ ହିଁ ମ୍ୟାଚ ବିଷୟରେ ପତ୍ତା ଲଗାଯାଇପାରିବ । ମ୍ୟାଚ ମଧ୍ୟରେ ଘଟିଥିବା ଏକ ଘଟଣାକୁ ନେଇ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେଯେ ଜଣେ ଗ୍ରାଉଣ୍ଡସମ୍ୟାନ ଡଗଆଉଟରେ ବସିଥିବା ଋତୁରାଜଙ୍କ ସହିତ ସେଲ୍ଫି ନେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ସମୟରେ ଋତୁରାଜ ନିଜ ହାତରେ ସେହି ବ୍ୟକ୍ତି ଜଣଙ୍କୁ ବାରମ୍ବାର ଦୁରେଇ ଦେବାକୁ ସଂକେତ ଦେଉଛନ୍ତି । କିନ୍ତୁ ତଥାପି ଗ୍ରାଉଣ୍ଡସ ମ୍ୟାନ ଜଣଙ୍କ ସଂକେତ ଦେବା ଜାରି ରଖିଛନ୍ତି । କିଛି ଲୋକଙ୍କୁ ଋତୁରାଜଙ୍କ ଏହି ବ୍ୟବହାର ଜମାବି ପସନ୍ଦ ଆସିନଥିଲା । ସେମାନେ ଏହାକୁ ସୋସିଆଲ ମିଡିଆରେ ଭାଇରଲ କରିଥିଲେ ।
IND🇮🇳 vs SA🇿🇦
Match no. 5 🏏
Chinnaswamy Stadium, Bangaluru 🏟️
Match delayed due to rain 🌧️Why the heck Ruturaj Gaikwad behaving like this with ground staff? Just for a selfie he is being arrogant towards him. This kind of behaviour is really unacceptable in gentleman’s game. pic.twitter.com/A1sjqnMQu7
— Jeet Singh (@jeet_singh070) June 19, 2022
ବାଙ୍ଗାଲୋର ଟି ୨୦ ମ୍ୟାଚରେ ୨୧ ଵଲରେ ଭାରତ ଦୁଇଟି ଵିକେଟ ହରେଇ ଥିଲା । ସେଥିରେ ଋତୁରାଜ ଗାଏକବାଡ଼ଙ୍କ ଵିକେଟ ବି ସାମିଲ ଥିଲା । ଋତୁରାଜ ୧୦ ରନ ସ୍କୋର କରି ଲୁଙ୍ଗି ଗିଡ଼ିଙ୍କ ଵଲରେ ଆଉଟ ହୋଇଥିଲେ । ସାଉଥ ଆଫ୍ରିକା ବିରୋଧରେ ପୁରା ସିରିଜ କଥା କହିବାକୁ ଗଲେ ଋତୁରାଜ ୫ଟି ମ୍ୟାଚରେ ମୋଟ ୯୬ ରନ କରିଥିଲେ । ଏହି ସିରିଜରେ ମୋଟ ୫୭ ରନ କରିଥିଲେ ।
କହିରଖିବା ଉଚିତ ହେବକି ଋତୁରାଜ ୨୦୨୨ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସ ପାଇଁ ଭାଗ ନେଇଥିଲେ । ପ୍ରଥମ ୫ ପାଳିରେ ସେ ସର୍ବମୋଟ ୩୫ ରନ ସ୍କୋର କରିଥିଲେ । ଏହା ପରେ ନିଜ ଫାର୍ମଟକୁ ଫେରି ଖେଳ ଜାରି ରଖିଥିଲେ । ଋତୁରାଜ ଗାଏକ ବାଡ଼ ୨୦୨୨ ଆଇପିଏଲରେ ଆଭରେଜ ୩୬୮ ରନ ବନେଇଥିଲେ । ଯେଉଁଥିରେ ତିନୋଟି ଅର୍ଦ୍ଧଶତକ ସାମିଲ ଥିଲା ।