ଋତୁରାଜଙ୍କ ଛକାରେ ଟାଟା କମ୍ପାନୀର ହେଲା କ୍ଷତି, କମ୍ପାନୀ ଏବେ ଦାନ କରିବ ୫ ଲକ୍ଷ ଟଙ୍କା
ଋତୁରାଜ ଗାଏକଓ୍ଵାଡଙ୍କ ଛକା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବ ଟାଟା କମ୍ପାନୀ । ଛକା ମାରି କାରରେ ଡେଣ୍ଟ କରିଛନ୍ତି ଋତୁରାଜ । ଯେଉଁଥିପାଇଁ ଟାଟା ଏବେ ୫ ଲକ୍ଷ ଟଙ୍କା ଦାନ କରିବ ।

ଆଇପିଏଲ୍ ୨୦୨୩ ଷଷ୍ଠ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୨ ରନରେ ହରାଇଛି । ହେଲେ ଏହି ମ୍ୟାଚରେ ଚେନ୍ନାଇର ଓପନିଂ ବ୍ୟାଟର ଋତୁରାଜ ଗାଏକଓ୍ଵାଡଙ୍କ ଛକାରେ ଭାଙ୍ଗିଲା। ଛକା ମାରି ଲକ୍ଷ ଲକ୍ଷ ଟଙ୍କାର କ୍ଷତି କରାଇଛନ୍ତି ଋତୁରାଜ ।
ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟ୍ସମ୍ୟାନ ୠତୁରାଜ ଗାୟକଓ୍ଵାଡ ୩୧ ବଲରେ ୫୭ ରନ୍ କରିଥିଲେ । ୫ମ ଓଭରରେ ଗାଏକଓ୍ଵାଡ ବୋଲର କୃଷ୍ଣପା ଗୌତମଙ୍କ ବଲରେ ଏକ ଦମଦାର ଛକା ମାରିଥିଲେ । ବଲ୍ ବାଉଣ୍ଡ୍ରି ବାହାରେ ରଖାଯାଇଥିବା ଟାଟା କାରରେ ମାଡ ହୋଇଥିଲା । ଏଥିରେ ଟାଟା ଟିୟାଗୋ ଇଭି ଗାଡିର ଡୋରର ଗୋଟିଏ ପାର୍ଶ୍ୱ ବଙ୍କା ହୋଇ ଯାଇଥିଲା । ନିୟମ ଅନୁସାରେ କାରରେ ବଲ ବାଜିଲେ ୫ଲକ୍ଷ ଟଙ୍କା ଗରିବଙ୍କୁ ଦାନ ଦିଆଯିବ। ତେବେ ଏହି କାରଟି ପୁରସ୍କାର ପାଇଁ ରଖାଯାଇଛି ।
ବଲ୍ ବାଜିବା ପରେ ଟାଟା କମ୍ପାନୀ ଏବେ ୫ ଲକ୍ଷ ଟଙ୍କା ଗରିବକୁ ଦାନ କରିବ । ଏହି ଟଙ୍କା କର୍ଣ୍ଣାଟକର ଖେତରେ ଜୈବ ବିବିଧତା ବଢାଇବା ପାଇଁ ବ୍ୟବହାର କରାଯିବ ।
ऋतुराज के छक्के से टूटी गाड़ी pic.twitter.com/FZhudfEyBZ
— Lokesh pandat (@LokeshS30714400) April 3, 2023
ସୋମବାର ଖେଳାଯାଇଥିବା ଆଇପିଏଲ୍ ୨୦୨୩ ମ୍ୟାଚରେ ଋତୁରାଜ ଗାଏକଓ୍ଵାଡ ଏବଂ ଡିଭନ୍ କନୱେଙ୍କ ସହଭାଗୀତା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୨ ରନ ରେ ପରାସ୍ତ କରିଛି । ୨୧୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ ହରାଇ ୨୦୫ ରନ କରି ମ୍ୟାଚ୍ ହାରିଛି ଲକ୍ଷ୍ନୌ।
ଲକ୍ଷ୍ନୌ ପକ୍ଷରୁ ପ୍ରଥମରୁ ଭଲ ବ୍ୟାଟିଂ ଦେଖିବାକୁ ମିଳିଥିଲା । କାଇଲ୍ ମାୟର୍ସ ଏବଂ କେଏଲ ରାହୁଲ ୫.୩ ଓଭରରେ ୭୯ ରନ୍ କରିଥିଲେ । କାଇଲ୍ ୨୨ ବଲରେ ୫୩ ରନ୍, ନିକୋଲାସ୍ ପୁରାନ୍ ୧୮ ବଲରେ ୩୨ ରନ୍, ମାର୍କସ୍ ଷ୍ଟୋଇନିସ୍ ୧୮ ବଲରେ ୨୧ ରନ୍ କରିଥିବା ବେଳେ ଆୟୁଷ ବାଡୋନି ୧୮ ବଲରେ ୨୩ ରନ୍ କରିଥିଲେ ସୁଦ୍ଧା ଲକ୍ଷ୍ନୌକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ ।