ଶ୍ରୀସନ୍ଥଙ୍କୁ ୩ ବର୍ଷ ବ୍ୟାନ କଲା କେସିଏ, ସଞ୍ଜୁ ସାମସନଙ୍କ ସହିତ ଜଡିତ ମାମଲା

ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କୁ ଲାଗିଛି ବଡ଼ ଝଟକା । ପୁଣି ୩ ବର୍ଷ ପାଇଁ ବ୍ୟାନ୍ ହୋଇଛନ୍ତି ଶ୍ରୀସନ୍ଥ । କେରଳ କ୍ରିକେଟ ଆସୋସିଏସନ ଶ୍ରୀସନ୍ଥଙ୍କ ବିରୋଧରେ ଏହି ଆକ୍ସନ ନେଇଛି । କେରଳ କ୍ରିକେଟ ଆସୋସିଏସନ କହିଛି ଯେ, ଶ୍ରୀସନ୍ଥ ବୋର୍ଡ ବିରୋଧରେ ମନଗଢ଼ା ଏବଂ ଅପମାନଜନକ ଅଭିଯୋଗ ଆଣିଥିଲେ ।

ଖବର ମୁତାବକ, ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ସଞ୍ଜୁ ସାମସନଙ୍କୁ ଟିମ୍ ଇଣ୍ଡିଆ ସ୍କ୍ବାର୍ଡରେ ସାମିଲ ନ କରାଯିବା ସହ ମାମଲା ଜଡିତ ରହିଛି । ଏହି ମାମଲାରେ ଶ୍ରୀସନ୍ଥଙ୍କ ଟିମ୍‌କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ନିଷ୍ପତ୍ତି ଏପ୍ରିଲ ୩୦ ତାରିଖରେ କୋଚିରେ ଅନୁଷ୍ଠିତ ବୋର୍ଡ ବୈଠକରେ ନିଆଯାଇଥିଲା ।

ଶ୍ରୀସନ୍ଥ ଏକ ମାଲାୟଲମ ଟେଲିଭିଜନ ଚ୍ୟାନେଲରେ ଆଲୋଚନା ସମୟରେ ସଞ୍ଜୁ ସାମସନ ଏବଂ କେରଳ କ୍ରିକେଟ ଆସୋସିଏସନ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଆଲୋଚନା ସମୟରେ ଶ୍ରୀସନ୍ତ, ସଞ୍ଜୁ ସାମସନ ଏବଂ ଅନ୍ୟ କ୍ରିକେଟରମାନଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରତିଶ୍ରୁତି ଦେଇଥିଲେ ଏବଂ କେସିଏ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ । ଶ୍ରୀସନ୍ଥ ଅଭିଯୋଗର ଜବାବରେ କେସିଏ ଆଇପିଏଲରେ ସ୍ପଟ୍ ଫିକ୍ସିଂ ପ୍ରସଙ୍ଗ ମଧ୍ୟ ଉଠାଇଥିଲା ।

ତେଣୁ ଶ୍ରୀସନ୍ଥ ସାମସନଙ୍କୁ ସମର୍ଥନ କରିବା ପାଇଁ ନୁହେଁ ବରଂ କେସିଏ ବିରୋଧରେ ମିଥ୍ୟା ଏବଂ ଅପମାନଜନକ ବୟାନ ଦେବା ପାଇଁ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ଏହି ମାମଲାରେ କେସିଏ ସାମସନଙ୍କ ଉପରେ ୩ ବର୍ଷର ବ୍ୟାନ୍ ଲଗାଇଛି । ତେବେ ଶ୍ରୀସନ୍ଥ ୧୨ ବର୍ଷ ପୂର୍ବେ ସ୍ପଟ୍ ଫିକ୍ସିଂ ମାମଲାରେ କିଛି ବର୍ଷର ବ୍ୟାନ୍ ହୋଇଥିଲେ। ଶ୍ରୀସନ୍ଥ ବର୍ତ୍ତମାନ କେରଳ କ୍ରିକେଟ ଲିଗରେ କୋଲ୍ଲମ ଏରିଜ୍ ଟିମର ସହ-ମାଲିକ ।

Also Read : ଆଖି ଉପରେ ପଡିଥିଲା ୭ଟି ଷ୍ଟିଚ୍, ତଥାପି ମ୍ୟାଚ ଖେଳିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା