ପ୍ୟାରିସ ପାରାଅଲିମ୍ପିକ୍ସ : ଭାରତର ସଚିନ ଖିଲାରୀ ରଚିଲେ ଇତିହାସ, ୪୦ ବର୍ଷ ପରେ ଆଣିଲେ ସଟପୁଟ୍‌ରେ ପ୍ରଥମ ପଦକ

ପ୍ୟାରିସ ପାରାଅଲିମ୍ପିକ୍ସର ୭ମ ଦିନରେ ଭାରତ ପାଇଁ ପୁଣି ରୌପ୍ୟ ଜିତିଛନ୍ତି ସଚିନ ଖିଲାରୀ । ପୁରୁଷ ସଟପୁଟ୍‌ ଏଫ୪୬ରେ ସଚିନ ରୌପ୍ୟ ଜିତିଛନ୍ତି । ରୌପ୍ୟ ପଦକ ଜିତିବା ସହିତ ସଚିନ ୪୦ ବର୍ଷ ପରେ ପାରାଅଲିମ୍ପିକ୍ସରେ ସଟ୍‌ପୁଟ୍‌ରେ ପଦକ ଜିତିଥିବା ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍‌ । ୧୯୮୪ରେ ଭାରତ ପାଇଁ ପୁରୁଷ ସଟ୍‌ପୁଟରେ ପ୍ରଥମ ପଦକ ମିଳିଥିଲା ।

ସଚିନଙ୍କ ମେଡାଲ ସହିତ ଭାରତର ମେଡାଲ ସଂଖ୍ୟା ୨୧ ପହଞ୍ଚିଛି । ସଚିନ ୧୬.୩୨ ମିଟର ଥ୍ରୋ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ । କାନାଡାର ଗେ୍ରଗ ଷ୍ଟିଓ୍ୱାର୍ଟ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ କ୍ରୋଏସିଆର ଲୁକା ବାକୋଓ୍ୱିଚ ବ୍ରୋଞ୍ଜ ଜିତିଛନ୍ତି । ସଚିନ ଏହା ପୂର୍ବରୁ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନଶିପ ୨୦୨୪ରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

୩୪ ବର୍ଷୀୟ ସଚିନ ଦ୍ୱିତୀୟ ପ୍ରୟାସରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଜାପାରେ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନଶିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସଚିନ । ସଚିନଙ୍କ ପାରା ଗେମ୍ସରେ ଏହା ୧୧ତମ ପଦକ । ସଚିନ ଗତବର୍ଷ ଚୀନରେ ହୋଇଥିବା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ସଚିନ ଖିଲାରୀ ପାରାଅଲିମ୍ପିକ୍ସ ଇତିହାସରେ ସଟ୍‌ପୁଟ୍‌ରେ ପଦକ ଜିତିଥିବା ତୃତୀୟ ଭାରତୀୟ ଆଥଲେଟ । ଏହାପୂର୍ବରୁ ୧୯୮୪ରେ ଯୋଗିନ୍ଦର ସଂ ବେଦୀ ବ୍ରୋଞ୍ଜ ପଦକ ଏବଂ ମହିଳା ଆଥଲେଟ ଦୀପା ମଲିକ ୨୦୧୬ରେ ରିଓ ପାରାଅଲିମ୍ପିକ୍ସରେ ପଦକ ଜିତିଥିଲେ । ଏହାର ୮ ବର୍ଷ ପରେ ତୃତୀୟ ପଦକ ମିଳିଛି ।

You might also like