ଆରସିବିକୁ ହରାଇ ମୁମ୍ବାଇ ପାଇଁ ସୁଯୋଗ ଆଣିଦେଲେ ଶୁବମନ, ସଚିନ ଦେଲେ ଖାସ୍ ମେସେଜ
ଶୁବମନ ଗିଲଙ୍କ ଧମାକେଦାର ଶତକ ଯୋଗୁଁ ଆରସିବି ଆଇପିଏଲ୍ ୨୦୨୩ ପ୍ଲେ ଅଫରୁ ବାଦ୍ ପଡିଛି । ଆଉ ପ୍ଲେ ଅଫରେ ଏଣ୍ଟ୍ରି କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏଥିପାଇଁ ଶୁବମନଙ୍କୁ ପ୍ରଶଂସା କରି ଟ୍ଵିଟ୍ କରିଛନ୍ତି ସଚିନ ।
ଶୁବମନଙ୍କ ଧମାକେଦାର ଶତକରେ ହାରମାନିଲା ଆରସିବି । ଶୁବମନ ଗିଲ୍ ୫୨ ବଲରେ ୧୦୪ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ଓ୍ଵିକେଟରେ ହାରି ପ୍ଲେ ଅଫରୁ ବାଦ୍ ପଡିଛି । ରୟାଲ ଚ୍ୟାଲେଞ୍ଜର୍ସର ପରାଜୟ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରେ ସ୍ଥାନ ପାଇଛି । ଶୁବମନ ଗିଲଙ୍କ ଶତକୀୟ ଇନିଂସ ଯୋଗୁଁ ସଚିନ ତେନ୍ଦୁଲକର ମଜାଳିଆ ଅନ୍ଦାଜରେ ପ୍ରଶଂସା କରିଛନ୍ତି ।
ମୁମ୍ବାଇ ପ୍ଲେ ଅଫରେ ସ୍ଥାନ ପାଇବା ପରେ ସଚିନ ଟ୍ଵିଟ୍ କରି ଲେଖିଛନ୍ତି, କେମରୁନ ଗ୍ରୀନ ଏବଂ ଶୁବମନ ଗିଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ବ୍ୟାଟିଂ କରିଛନ୍ତି । ବିରାଟ କୋହଲି ବ୍ୟାକ୍ ଟୁ ବ୍ୟାକ୍ ଶତକ ମାରିଛନ୍ତି । ମୁମ୍ବାଇକୁ ପ୍ଲେ ଅଫରେ ଏଣ୍ଟ୍ରି ଯୋଗୁଁ ମୁଁ ବହୁତ ଖୁସି ।
.@CameronGreen_ & @ShubmanGill batted well for @mipaltan. 😜
Amazing innings by @imVkohli too to score back-to-back 100’s. They all had their methods & were in the class of their own.
So happy to see MI in the playoffs. Go Mumbai. 💙 #AalaRe #MumbaiMeriJaan #IPL2023 pic.twitter.com/D5iYacNEqc
— Sachin Tendulkar (@sachin_rt) May 21, 2023
କେବଳ ସଚିନ ନୁହେଁ ସୌରଭ ଗାଙ୍ଗୁଲି ମଧ୍ୟ ଟ୍ଵିଟ୍ କରି ଶୁବମନଙ୍କ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଏ ଦେଶ କେଉଁଭଳି ପ୍ରତିଭା ସୃଷ୍ଟି କରିଛି…. ଓାଃ ଶୁବମନ… । ସେହିଭଳି ବୀରେନ୍ଦ୍ର ସେହ୍ଵାଗ ମଧ୍ୟ ଟ୍ଵିଟ୍ କରି ଶୁବମନଙ୍କୁ ପ୍ରଶଂସା କରିଛନ୍ତି ।
What talent this country produces .. shubman gill .. wow .. two stunning knocks in two halves .. IPL.. .. what standards in the tournament @bcci
— Sourav Ganguly (@SGanguly99) May 21, 2023
Virat Kohli was simply spectacular to get his 7th IPL hundred but unfortunately didn’t get much support from others today .
Shubhman Gill was spectacular and got much needed support from Vijay Shankar. Great win for Gujarat and
Congratulations to Mumbai for making it to the… pic.twitter.com/MuQbU3N0rg— Virender Sehwag (@virendersehwag) May 21, 2023
ଚଳିତ ଆଇପିଏଲ୍ ସିଜିନରେ ଶୁବମନ ଗିଲଙ୍କ ଭଲ ପ୍ରଦର୍ଶନ ରହିଛି । ଏପର୍ଯ୍ୟନ୍ତ ୧୪ଟି ମ୍ୟାଚରେ ୬୮୦ ରନ୍ କରିସାରିଛନ୍ତି ।
ରବିବାର ବେଙ୍ଗାଲୁରୁର ଏମଏ ଚିନ୍ନାସ୍ବାମୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ୧୯୮ ରନକୁ ପିଛା କରିଥିବା ଗୁଜରାଟ ଟାଇଟନ୍ସ ତୃତୀୟ ଓଭରରେ ଋଦ୍ଧିମାନ ସାହାଙ୍କୁ ହରାଇଥିଲା। ମହମ୍ମଦ ସିରାଜ ତାଙ୍କୁ ଆଉଟ୍ କରି ଆରସିବିକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଶୁବମନ ଗିଲ୍ ଓ ବିଜୟ ଶଙ୍କର ଦ୍ବିତୀୟ ୱିକେଟ୍ ପାଇଁ ୧୨୩ ରନ୍ କରିଥିଲେ। ଶଙ୍କର ୩୪ ବଲରୁ ଏବଂ ଗିଲ୍ ୨୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୩୫ ବଲରୁ ୫୩ ରନ୍ ସଂଗ୍ରହ କରି ଶଙ୍କର ଆଉଟ୍ ହୋଇଯାଇଥିଲେ । ଗିଲ୍ ୫୨ ବଲରୁ ଶତକ ହାସଲ କରିବା ସହ ୫ ବଲ୍ ପୂର୍ବରୁ ଦଳକୁ ବିଜୟ ଦେଇଥିଲେ।