ମତଦାନ ପ୍ରକ୍ରିୟାରେ କ୍ରିକେଟର ସାମିଲ: ସଚିନ, ଅର୍ଜୁନଙ୍କ ସହିତ ଅଜିଙ୍କ୍ୟ ରାହାଣେ ମଧ୍ୟ ଦେଲେ ଭୋଟ

ପଞ୍ଚମ ପର୍ଯ୍ୟାୟରେ ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ୪୯ ଲୋକସଭା ସିଟିରେ ମତଦାନ ହେଉଛି । ମହାରାଷ୍ଟ୍ରରେ କ୍ରିକେଟର ଅଜିଙ୍କ୍ୟ ରାହାଣେ ମଧ୍ୟ ଭୋଟ ଦେଇଛନ୍ତି । ରାହାଣେ ଭୋଟ ଦେଇସାରିବା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଭୋଟ ଦେବାକୁ ଅପିଲ କରିଛନ୍ତି । ସେହିଭଳି ସଚିନ ତେନ୍ଦୁଲକର ପୁଅ ଅର୍ଜୁନଙ୍କ ସହିତ ଯାଇ ମୁମ୍ବାଇର ଏକ ପୋଲିଂ ବୁଥରେ ଭୋଟଦାନ କରିଛନ୍ତି ।

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ପଞ୍ଚମ ପର୍ଯ୍ୟାୟରେ ଭୋଟିଂ ହେଉଛି । ପଞ୍ଚମ ପର୍ଯ୍ୟାୟରେ ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ୪୯ ଲୋକସଭା ସିଟିରେ ମତଦାନ ହେଉଛି । ଏଥିରେ ମହାରାଷ୍ଟ୍ରର ୧୩ଟି ସିଟ୍‌ ସାମିଲ ରହିଛି । ତେବେ ମହାରାଷ୍ଟ୍ରରେ କ୍ରିକେଟର ଅଜିଙ୍କ୍ୟ ରାହାଣେ ମଧ୍ୟ ଭୋଟ ଦେଇଛନ୍ତି । ରାହାଣେ ଭୋଟ ଦେଇସାରିବା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଭୋଟ ଦେବାକୁ ଅପିଲ କରିଛନ୍ତି ।

ସୋସିଆଲ ମିଡିଆରେ ରାହାଣେ ପତ୍ନୀଙ୍କ ସହିତ ଫଟୋ ପୋଷ୍ଟ କରି କହିଛନ୍ତି, ଆମେ ନିଜର ଦାୟିତ୍ୱ ସମ୍ପାଦନ କରିଛୁ, ଆପଣ ମଧ୍ୟ କରନ୍ତୁ ।

ସେହିଭଳି ସଚିନ ତେନ୍ଦୁଲକର ପୁଅ ଅର୍ଜୁନଙ୍କ ସହିତ ଯାଇ ମୁମ୍ବାଇର ଏକ ପୋଲିଂ ବୁଥରେ ଭୋଟଦାନ କରିଛନ୍ତି ।

ଆଇପିଏଲ ୨୦୨୪ ସିଜିନରେ ଚେନ୍ନାଇ ସୁପରକିଙ୍ଗସ ତରଫରୁ ଖେଳୁଥିଲେ ରାହାଣେ । ତେବେ ଚଳିତ ସିଜିନରେ କିଛି ଖାସ୍‌ କରିପାରିନଥିଲେ ରାହାଣେ । ସେ ୧୩ଟି ମ୍ୟାଚରେ ୨୦.୧୭ ପ୍ରତିଶତରେ ୧୨୩.୪୭ ଷ୍ଟ୍ରାଇକ ରେଟରେ ୨୪୨ ରନ୍‌ କରିଛନ୍ତି । ରାହାଣେ କୌଣସି ଶତକ କି ଅର୍ଦ୍ଧଶତକ ମାରିନାହାନ୍ତି । ତାଙ୍କର ସର୍ବୋଚ୍ଚ ସ୍କୋର ୪୫ ରହିଛି । ରାହାଣେ ଏପର୍ଯ୍ୟନ୍ତ ନିଜ କ୍ୟାରିଅରରେ ୧୮୫ଟି ଆଇପିଏଲ ମ୍ୟାଚ ଖେଳିସାରିଛନ୍ତି ।

Leave A Reply

Your email address will not be published.