ଗୁଜରାଟ ରେଷ୍ଟୁରାଣ୍ଟରେ ଅଞ୍ଜଳିଙ୍କ ୫୪ତମ ଜନ୍ମଦିନ ପାଳିଲେ ସଚିନ, ସେୟାର କଲେ ଫଟୋ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ଦୁନିଆରୁ ଦୂରେଇ ଗଲେ ମଧ୍ୟ ଫ୍ୟାନ୍ସଙ୍କ ମନରେ ରହିଛନ୍ତି। ସଚିନ ବୁଧବାର ଦିନ ପତ୍ନୀଅଞ୍ଜଳି ତେନ୍ଦୁଲକରଙ୍କ ଜନ୍ମଦିନ ପାଳନ କରିଛନ୍ତି। ସଚିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ପେଶାଲ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ପରିବାର ସହିତ ଏକ ଗୁଜରାଟ ରେଷ୍ଟୁରାଣ୍ଟରେ ନଜର ଆସିଛନ୍ତି। ଏଠାରେ ଗୁଜରାଟ ଥାଳିର ମଜା ଉଠାଉଛନ୍ତି ସଚିନ।

ନଭେମ୍ବର ୧୦ ତାରିଖରେ ଅଞ୍ଜଳି ସଚିନଙ୍କ ସହିତ ନିଜର ୫୪ ତମ ଜନ୍ମଦିନ ପାଳନ କରିଛନ୍ତି। ମୁମ୍ବାଇରେ ଥିବା ଏକ ଗୁଜରାଟ ରେଷ୍ଟୁରାଣ୍ଟରେ ପରିବାର ସହିତ ଡିନର କରିଛନ୍ତି। ଏହି ସମୟରେ ଅଞ୍ଜଳି ଏବଂ ସଚିନଙ୍କ ସହିତ ସାରା ମଧ୍ୟ ନଜର ଆସିଛନ୍ତି। ସାରା ଏବେ ଲଣ୍ଡନରେ ରହୁଥିବା ବେଳେ କେବଳ ମା’ଙ୍କ ଜନ୍ମଦିନ ପାଳନ ପାଇଁ ମୁମ୍ବାଇ ଆସିଛନ୍ତି।

ଫ୍ୟାମିଲ ଡିନରର ଫଟୋ ପୋଷ୍ଟ କରି ସଚିନ ଲେଖିଛନ୍ତି, ‘ଅଞ୍ଜଳିଙ୍କ ଜନ୍ମଦିନରେ ଶ୍ରୀ ଠାକେର ଭୋଜନାଳୟରେ ଗୁଜରାଟୀ ଥାଳିର ମଜା କିଛି ଅଲଗା। ଅଞ୍ଜଳିଙ୍କ ଗୁଜରାଟୀ କନେକ୍ସନ ବହୁତ ଷ୍ଟ୍ରଙ୍ଗ ରହିଛି। ଏଠାରେ ଖାଇ ଖାଇ ଥକି ପଡିଛନ୍ତି ବୋଲି ମଧ୍ୟ ଲେଖିଛନ୍ତି ସଚିନ।

 

View this post on Instagram

 

A post shared by Sachin Tendulkar (@sachintendulkar)

ସଚିନ ଏବଂ ଅଞ୍ଜଳି ୧୯୯୫ରେ ବିବାହ କରିଥିଲେ। ସୂଚନାଯୋଗ୍ୟ, ସଚିନ ତେନ୍ଦୁଲକର ନିକଟରେ ୟୁଏଇରୁ ଫେରିଛନ୍ତି। ସଚିନ ମୁମ୍ବାଇ ଇଣ୍ଡିଆନ୍ସର ସପୋର୍ଟ ଷ୍ଟାଫ ରହିଛନ୍ତି। ଟ୍ଵିଟରରେ ଚଳିତବର୍ଷ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ସଚିନ। ୩୫ ତମ ସ୍ଥାନରେ ରହିଛନ୍ତି ସଚିନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.