ହକି ଗ୍ରାଣ୍ଡ ଫିନାଲେରେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ୍

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ଆସିବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ହକିକୁ ଉତ୍ସାହିତ କରିବାକୁ କଳିଙ୍ଗ ଷ୍ଟାଡିୟମ ରହିବେ ଉପସ୍ଥିତ। ପୁରୁଷ ବିଶ୍ୱକପ୍‌ ହକିକୁ ମିଳିଛି ବିପୁଳ ସମର୍ଥନ ମିଳିଛି । ଯାହାକୁ ଦେଖି ଖୁସି ପ୍ରକାଶ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଖେଳର ଆୟୋଜନ ସ୍ତରକୁ ନେଇ ନବୀନଙ୍କ ପ୍ରଶଂସା କରିଛନ୍ତି ମାଷ୍ଟର ବ୍ଲାଷ୍ଟର। ଏହାସହ ଟ୍ଵିଟ୍‌ କରି କହିଛନ୍ତି, ସମର୍ଥନ ଦେବାକୁ ଆସନ୍ତାକାଲି ସେ କଳିଙ୍ଗ ଷ୍ଟାଡିୟମ ଆସୁଛନ୍ତି। ବିଶ୍ୱକପ୍‌ ହକିରେ ଆସାନ୍ତାକାଲି ଫାଇନାଲ ମ୍ୟାଚ ଖେଳଯିବ ।