ବ୍ରାଇଡାଲ ଲେହେଙ୍ଗାରେ ଫଟୋଶୁଟ୍ କଲେ ସଚିନ ତନୟା ସାରା ତେନ୍ଦୁଲକର, ଇନଷ୍ଟା ଷ୍ଟୋରୀରେ ସେୟାର କଲେ ଫଟୋ
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଲୋକପ୍ରିୟ ଷ୍ଟାର କିଡସ ମଧ୍ୟରେ ଅନ୍ୟତମ। ସାରାଙ୍କ ସୋସିଆଲ ମିଡିଆରେ ଫ୍ୟାନ୍ସ ଫଲୋଇଂ ମଧ୍ୟଅଧିକ ରହିଛି। ଇନଷ୍ଟାଗ୍ରାମରେ ସାରାଙ୍କ ୨.୨ ମିଲିଅନ ଫଲୋୟର୍ସ ରହିଛନ୍ତି। ଏବେ ସାରାଙ୍କୁ ବ୍ରାଇଡାଲ ଲେହେଙ୍ଗାରେ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାରା ଜଣାଶୁଣା ଫ୍ୟାଶନ ଡିଜାଇନର ଅନୀତା ଡୋଙ୍ଗରେଙ୍କ ପାଇଁ ଏହି ଫଟୋଶୁଟ୍ କରିଛନ୍ତି। ଯାହାର ଫଟୋକୁ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି।
ସାରା ଅନୀତା ଡୋଙ୍ଗରେଙ୍କ ବ୍ରାଇଡାଲ ଲେହେଙ୍ଗା ପିନ୍ଧି ଗର୍ଜିୟସ ନଜର ଆସିଛନ୍ତି। ଲେହେଙ୍ଗାର ଚାରିପଡେ ସୁନେଲୀ ରଙ୍ଗର ସୂତା କାମ ହୋଇଛି।

ସୂଚନାଯୋଗ୍ୟ, ସାରା ଏବେ ଲଣ୍ଡନରେ ଛୁଟି କାଟୁଛନ୍ତି। ନିକଟରେ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଯେଉଁଥିରେ ଭାଇ ଅର୍ଜୁନଙ୍କ ସହିତ ‘ମୁନ୍ନା ଭାଇ ଏବଂ ସର୍କିଟ’ ପୋଜରେ ଭାଇ ଭଉଣୀ ନଜର ଆସିଥିଲେ।
ସାରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ଫଟୋ ସେୟାର କରନ୍ତି। ନିକଟରେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ ସାରା। ଫଟୋ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଇଥିଲେ। ଏହି ଫଟୋରେ ସାରା ଅରେଞ୍ଜ କଲର ଗାଉନ ପିନ୍ଧି ଫଟୋ ପୋଜ ଦେଇଥିଲେ। ଏହି ଫଟୋ ଥାଇଲାଣ୍ଡ ବିଚର ବୋଲି ଜଣାପଡିଛି।
View this post on Instagram