ସଚିନ୍‌ ତେନ୍ଦୁଲକରଙ୍କୁ ମିଳିଲା ନୂଆ ପାର୍ଟନର, କହିଲେ- ସୋସିଆଲ ମିଡିଆରେ ଆଜି କରୁଛି ଡେବ୍ୟୁ

ଦୁନିଆର ମହାନ୍‌ କ୍ରିକେଟର ସଚିନ୍‌ ତେନ୍ଦୁଲକର ସୋସିଆଲ ମିଡିଆରେ ନିଜ ନୂଆ ପାର୍ଟନରଙ୍କ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ସବୁବେଳେ ଫନି ମୁଡ୍‌ରେ ନଜର ଆସୁଥିବା ସଚିନ୍‌ ଏବେ ନିଜ ନୂଆ ପାର୍ଟନରଙ୍କୁ ଫ୍ୟାନ୍‌ଙ୍କ ସହ ସାକ୍ଷାତ କରାଇଛନ୍ତି। ସେ ଭିନ୍ନ ଅନ୍ଦାଜରେ ନିଜ ପାର୍ଟନରଙ୍କୁ ଇଣ୍ଟ୍ରଡ୍ୟୁସ୍‌ କରିଛନ୍ତି। ପାର୍ଟନରଙ୍କୁ ସେ ପାଓ’ନର ବୋଲି କହିଛନ୍ତି। ଯେମିତି କିଛି ମାସ ପୂର୍ବରୁ ପାର୍ଟିକୁ ପାଓରି ବୋଲି କହୁଥିବା ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହେଉଥିଲା।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ସଚିନ୍‌ଙ୍କ ନୂଆ ପାର୍ଟନର ଏକ ଛୋଟ କୁକୁର। ଏହି ଡଗିର ନାଁ ହେଉଛି ସ୍ପାଇକ୍‌। ସଚିନ୍‌ ଟ୍ଵିଟରରେ ଡଗିର ଫଟୋ ସେୟାର କରି ଲେଖିଛନ୍ତି- ‘ମୋର ନୂଆ ପାଓ’ନର, ସ୍ପାଇକ୍‌ ଆଜି ସୋସିଆଲ ମିଡିଆରେ ଡେବ୍ୟୁ କରୁଛି। କୁହ ହାଏ!’

ସୂଚନାଯୋଗ୍ୟ ଯେ ୪୮ ବର୍ଷୀୟ ସଚିନ୍‌ ଜୀବଜନ୍ତୁଙ୍କୁ ଖୁବ୍‌ ଭଲ ପାଆନ୍ତି। ପୂର୍ବରୁ ବି ସଚିନ୍‌ କେତେକ ପକ୍ଷୀ ଓ ବିଲେଇଙ୍କ ସହ ଫଟୋ ସେୟାର କରିଛନ୍ତି। ଏମିତି କି ସେ ଅନେକ ଥର ପଶୁପକ୍ଷୀଙ୍କୁ ସାହାଯ୍ୟ କରିବାକୁ ବି ଅପିଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.