ଜର୍ଜ ଫ୍ଲଏଡଙ୍କ ସମର୍ଥନରେ ମଣ୍ଡେଲାଙ୍କ ଶବ୍ଦକୁ ମନେ ପକାଇଲେ ସଚିନ, ଦେଖନ୍ତୁ ଭିଡିଓ

ପ୍ରସିଦ୍ଧ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଶନିବାର ଦିନ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲାଙ୍କ କଥାକୁ ନେଇ କହିଛନ୍ତି ଯେ ଖେଳରେ ଦୁନିଆକୁ ପରିବର୍ତ୍ତନ କରିବାର ଶକ୍ତି ରହିଛି । ସଚିନ ଆଇସିସି ଏବଂ ଲରେନ୍ସ ସ୍ପୋର୍ଟସକୁ ଟ୍ୟାଗ କରି ଏକ ଭିଡିଓ ସେୟାର କରିଛନ୍ତି ।

ଏହି ଭିଡିଓ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ 2019 ବିଶ୍ୱକପ ଫାଇନାଲର ଅଟେ ଯେଉଁଥିରେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଶେଷ ବଲ ବୋଲିଂ କରୁଥିବା ଦେଖିବାକୁ ମିଳିଛି ଯାହାପରେ ଇଂଲଣ୍ଡ ଜିତିଯାଇଛି ।


ସଚିନ ଏହି ଭିଡିଓ ସେୟାର କରିବା ସହିତ କ୍ୟାପସନରେ ଲେଖିଛନ୍ତି । ‘ନେଲସନ ମଣ୍ଡେଲା କହିଥିଲେ, ଖେଳରେ ବିଶ୍ୱକୁ ବଦଳାଇବାର ଶକ୍ତି ରହିଛି । ଏହା ଦୁନିଆକୁ ଏକଜୁଟ କରିବାର ଶକ୍ତି ରଖିଛି ଯାହା ବହୁତ କମ୍ ଲୋକଙ୍କ ପାଖରେ ଥାଏ । ଜ୍ଞାନୀ ଶବ୍ଦ ‘ ।

ସଚିନ୍‌ଙ୍କ ଏହି ଭିଡିଓ ଆମେରିକାରେ ପୋଲିସ୍ ଦ୍ୱାରା ନିହତ ହୋଇଥିବା ଜଣେ ଅଶ୍ୱେତ ନାଗରିକ ଜର୍ଜ ଫ୍ଲଏଡଙ୍କ ବିଷୟରେ ରହିଛି । ସଚିନ୍ ଭିଡିଓ ମାଧ୍ୟମରେ ଜଣାଇବାକୁ ଚାହିଁଛନ୍ତି ଯେ କିପରି ସମସ୍ତେ ମିଶି ଇଂଲଣ୍ଡକୁ ଚାମ୍ପିଅନ୍ ବନାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.