ରୋଷେଇ ଘରେ ଜଲଓ୍ଵା ଦେଖାଇଲେ ସଚିନ, ଆମଲେଟ୍‌ ତିଆରି ଦେଖି ଖାଇବାକୁ ଆସିବେ ବୋଲି କହିଲେ ବ୍ରେଟ ଲି: ଭିଡିଓ ଭାଇରଲ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର କେବଳ ମଇଦାନରେ ନୁହେଁ ବରଂ ଅନ୍ୟ ସବୁକାମରେ ବେଶ୍‌ ପାରଙ୍ଗମ । କ୍ରିକେଟ ମଇଦାନରେ ବୋଲିଂ କି ବ୍ୟାଟିଂ କରି ଫ୍ୟାନ୍ସ ମନ ଜିଣନ୍ତି ସଚିନ। ଏବେ ସଚିନ ଏମିତି କିଛି କାମ କରି ଫ୍ୟାନ୍ସଙ୍କ ମନ ଜିତିନେଇଛନ୍ତି। ତାହା ପୁଣି କ୍ରିକେଟ ଗ୍ରାଉଣ୍ଡରେ ନୁହେଁ କିଚେନରେ। ସଚିନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି। ସୁବବେଳେ ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କ ସହିତ ସେୟାର କରନ୍ତି। ଯାହାକୁ ଫ୍ୟାନ୍ସ ମଧ୍ୟ ଅଧିକ ପସନ୍ଦ କରନ୍ତି। ଏବେ ସଚିନ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜେ ଆମଲେଟ୍‌ ପ୍ରସ୍ତୁତ କରୁଥିବା ନଜର ଆସିଛନ୍ତି।

ସଚିନ ତେନ୍ଦୁଲକର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ନିଜେ ରୋଷେଇ ଘରେ ଆମଲେଟ କେମିତି କରାଯାଏ, ତାହା ବିଷୟରେ କହୁଛନ୍ତି। ଡେରାଡୁନର ଏକ ହୋଟେଲରେ ସଚିନ ନିଜର ଖାଦ୍ୟ ତିଆରି କଳା ଦେଖାଉଛନ୍ତି। ସଚିନ ଅଣ୍ଡା ଭାଙ୍ଗି ନିଜେ ଆମଲେଟ ତିଆରି କରୁଥିବା ବେଳେ ହୋଟେଲ ଷ୍ଟାଫ ତାଳି ମଧ୍ୟ ମାରୁଛନ୍ତି। ସଚିନ ଏଠାକୁ ରୋଡ ସେଫ୍ଟି ଓ୍ଵାଲର୍ଡ ସିରିଜ ପାଇଁ ଯାଇଛନ୍ତି।

 

View this post on Instagram

 

A post shared by Sachin Tendulkar (@sachintendulkar)

ସଚିନଙ୍କ ଭିଡିଓ ସେୟାର କରି ଲେଖିଛନ୍ତି, ଫ୍ଲିକ ହେଉ ଅବା ଫ୍ଲିପ୍‌, ଆମଲେଟ୍‌ ସବୁବେଳେ ପରଫେକ୍ଟ ହେବା ଜରୁରୀ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪.୫ ଲକ୍ଷ ୟୁଜର୍ସ ଲାଇକ୍‌ କରିସାରିଛନ୍ତି। ସଚିନଙ୍କ ଏହି ଭିଡିଓରେ ଅଷ୍ଟ୍ରେଲିଆ ବୋଲର ବ୍ରେଟ ଲି ପ୍ରଶଂସା କରିଛନ୍ତି। ଏହା ସହିତ ଲେଖିଛନ୍ତି, ବନ୍ଧୁ, ମୁଁ କାଲି ଆସୁଛି ବ୍ରେକଫାଷ୍ଟ ଖାଇବାକୁ ।

ସୂଚନାଯୋଗ୍ୟ, ସଚିନ ତେନ୍ଦୁଲକର ଡେରାଡୁନରେ ରୋଡ ସେଫ୍ଟି ଓ୍ଵାଲର୍ଡ ସିରିଜ ପାଇଁ ଯାଇଛନ୍ତି। ଏଠାରେ ଇଣ୍ଡିଆ ଲିଜେଣ୍ଡସ ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳୁଛନ୍ତି। କାନପୁରରେ ଏହି ଟିମ୍‌ ଷ୍ଟୁଆର୍ଟ ବିନିଙ୍କଅପରାଜିତ ୮୨ ରନ୍‌ ବଳରେ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୨୧୭ ରନ୍‌ କରିଥିଲା। ତେବେ ସାଉଥ ଆଫ୍ରିକା ଲିଜେଣ୍ଡସ ଟିମ ୯ ଓ୍ଵିକେଟ ହରାଇ ମାତ୍ର ୧୫୬ ରନ୍‌ କରିଥିଲା।

 

View this post on Instagram

 

A post shared by Sachin Tendulkar (@sachintendulkar)

ତେନ୍ଦୁଲକର ନିଜ କ୍ୟାରିୟର ଭିତରେ ଦିନିକିଆରେ ୧୮,୪୨୬ ଏବଂ ଟେଷ୍ଟରେ ୧୫,୯୨୧ ରନ୍ ସ୍କୋର କରିଛନ୍ତି। ସମସ୍ତ ଫର୍ମାଟ୍‌କୁ ମିଶାଇ ତାଙ୍କ ନାମରେ ରହିଛି ୧୦୦ ଅନ୍ତର୍ଜାତୀୟ ଶତକ। ଦିନିକିଆ କ୍ରିକେଟରେ ପ୍ରଥମ ଦ୍ୱିଶତକ ଶତକ ହାସଲ କରିବାର ରେକର୍ଡ ମଧ୍ୟ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ଫେବୃଆରୀ ୨୪, ୨୦୧୦ରେ ସଚିନ ଏକ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ୨୦୧୩ରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ସବୁଦିନ ପାଇଁ ଅଲ୍‌ବିଦା କହିଥିଲେ। ଏବେ ସଚିନ ପୁଣି ଥରେ ଫ୍ୟାନ୍‌ମାନଙ୍କ ପାଇଁ କ୍ରିକେଟ୍ ପଡ଼ିଆକୁ ଓହ୍ଲାଇଛନ୍ତି।

Also Read : ଅଷ୍ଟ୍ରେଲିଆ ମଜବୁତ ସ୍ଥିତିରେ ଥିବା ବେଳେ ଦିନେଶ କାର୍ତ୍ତିକ ବେକ ଧରି ପକାଇଲେ ରୋହିତ ଶର୍ମା, ଭିଡିଓ ଭାଇରଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.