ଇଂଲଣ୍ଡର ଏହି ମହିଳା ଖେଳାଳିଙ୍କ ସହିତ ଲଣ୍ଡନ ବୁଲୁଛନ୍ତି ଅର୍ଜୁନ ତେନ୍ଦୁଲକର, ଫଟୋ ଭାଇରଲ

ଟିମ୍‌ ଇଣ୍ଡିଆ ଏବେ ଇଲଂଣ୍ଡ ଗସ୍ତରେ ରହିଛି। ଏଠାରେ ଟିମ୍ ଟେଷ୍ଟ୍, ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବ । ତେବେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଆଉ ଜଣେ ଖେଳାଳି ମଧ୍ୟ ଇଂଲଣ୍ଡ ପହଁଚିଛନ୍ତି । ସେ ଆଉ କିଏ ନୁହନ୍ତି ବରଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ।

କିଛି ଦିନ ପୂର୍ବରୁ ଇଂଲଣ୍ଡରେ ପହଁଚିଥିଲେ ଅର୍ଜୁନ । ଏହାମଧ୍ୟରେ ତାଙ୍କର ଏକ ଫଟୋ ଭାଇରଲ୍ ହେବାରେ ଲାଗିଛି । ଯାହା ଚର୍ଚ୍ଚାରେ ରହିଛି । କାରଣ ଅର୍ଜୁନ ଇଂଲଣ୍ଡ ମହିଳା ଟିମ୍ କ୍ରିକେଟର୍ ଡାନିଏଲ୍ ଓ୍ୱାଟଙ୍କ ସହ ନଜର ଆସିଛନ୍ତି । ଓ୍ୱାଟ୍ ନିଜ ଇନଷ୍ଟାଗ୍ରାମ୍ ପେଜରେ ଅର୍ଜୁନଙ୍କ ଫଟୋ ସେୟାର କରିଛନ୍ତି ।

ଇଂଲଣ୍ଡର ସୋହେ ରେଷ୍ଟୁରାଣ୍ଟରେ ଉଭୟ ଅର୍ଜୁନ ଏବଂ ଓ୍ୱାଟ୍ ଲଞ୍ଚ୍ କରିଥିବା ନଜର ଆସିଛି । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି । ଅର୍ଜୁନ ଓ ଓ୍ୱାଟ୍ ଭଲ ବନ୍ଧୁ । ଅର୍ଜୁନ ଯେତେବେଳେ ଇଂଲଣ୍ଡ ଗସ୍ତ କରନ୍ତି ଓ୍ୱାଟଙ୍କୁ ଭେଟିଥାନ୍ତି । ପୂର୍ବରୁ ମଧ୍ୟ ଉଭୟଙ୍କ ଫଟୋ ଅନେକ ଥର ଭାଇରଲ ହୋଇଛି ।

ସୂଚନାଯୋଗ୍ୟ, ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା । ହେଲେ ସେ ଆଇପିଏଲରେ ଗୋଟିଏ ହେଲେ ମ୍ୟାଚ୍ ଖେଳିନଥିଲେ । ଅନେକ ଥର ସେ ଡେବ୍ୟୁ କରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ସୁଯୋଗ ପାଇନଥିଲେ । ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଲକ୍ଷ ଟଙ୍କାରେ କିଣିଥିଲା।

ସେପଟେ ୩୧ ବର୍ଷୀୟା ଇଂଲଣ୍ଡ ମହିଳା କ୍ରିକେଟର୍ ଓ୍ୱାଟ୍ ଦଳର ଷ୍ଟାର୍ ଖେଳାଳି । ସେ ୯୩ ଦିନିକିଆ ଖେଳି ୧୫୦୦ରୁ ଅଧିକ ରନ୍ କରିଛନ୍ତି । ଏହାସହ ୨୭ ଓ୍ୱିକେଟ୍ ମଧ୍ୟ ନେଇଛନ୍ତି।

Leave A Reply

Your email address will not be published.