ରାଜେଶ ଧୂପର ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ‘‘ଶହୀଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର ଅଫ-ଦ-ଇୟର’’ ପୁରସ୍କାର
ଭୁବନେଶ୍ୱର : ଅନୁଷ୍ଠିତ ହୋଇଯାଇଛି ଓଡିଶା କ୍ରୀଡା ଦୁନିଆର ସବୁଠାରୁ ପୁରୁଣା ବାର୍ଷିକ କ୍ରୀଡା ପୁରସ୍କାର ପ୍ରଦାନ ସମାରୋହ । ଓଡିଶା କ୍ରିକେଟର ଦୁଇ ସଫଳ ଖେଳାଳି ରାଜେଶ ଧୂପର ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଦିଆଯାଇଛି ‘‘ଶହୀଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର ଅଫ-ଦ-ଇୟର’’ ପୁରସ୍କାର । ୨୦୧୭-୧୮ ସିଜିନରେ ରଣଜୀ ଟ୍ରଫିରେ ସଫଳ ପ୍ରଦର୍ଶନ ପାଇଁ ତାଙ୍କୁ ଦିଆଯାଇଥିଲା ୨୬ ତମ କ୍ରିକେଟର ଅଫ-ଦ-ଇୟର ପୁରସ୍କାର । ସେହିପରି ଗତ ସିଜିନରେ ସଫଳ ପ୍ରଦର୍ଶନ ପାଇଁ ଦିବ୍ୟଦର୍ଶିନୀଙ୍କୁ ପଞ୍ଚମ ମହିଳା କ୍ରିକେଟର ଅଫ-ଦ-ଇୟର ପୁରସ୍କାର । ସହିଦ ସ୍ପୋର୍ଟିଂ କ୍ଲବର ସଂପାଦକ ପଙ୍କଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପଦ୍ମଶ୍ରୀ ଦିଲୀପ ତିର୍କି,ବିଧାୟକ ବିଜୟ ମହାନ୍ତି,ମାରୁତି ଇଷ୍ଟେଟ ଇଣ୍ଡିଆର ପରିଚାଳନା ନିର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂ ,କର୍ପୋରେଟର ଶାଶ୍ୱତୀ ମିଶ୍ର ଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ । ଏହି ଅବସରରେ ରାଜେଶ ଧୂପରଙ୍କୁ ବିଶେଷ ଟ୍ରଫି,ବ୍ଲେଜର ସହ ୩୧ ହଜାର ଟଙ୍କାର ଚେକ ଦିଆଯାଇଥିବା ବେଳେ ଦିବ୍ୟଦର୍ଶିନୀଙ୍କୁ ବିଶେଷ ଟ୍ରଫି,ବ୍ଲେଜର ସହ ୨୧ ହଜାର ଟଙ୍କାର ଚେକ ଦିଆଯାଇଥିଲା ।