ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସାଇନାଙ୍କୁ ରୌପ୍ୟ ପଦକ
ଓଡ଼ିଆ ମହିଳା ଚେସ୍ ତାରକା ସାଇନା ସଲୋନିକା ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି ।
ନୂଆଦିଲ୍ଲୀ (କେନ୍ୟୁଜ୍) ଓଡ଼ିଆ ମହିଳା ଚେସ୍ ତାରକା ସାଇନା ସଲୋନିକା ଉଗାଣ୍ଡା ଠାରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି । ମୋଟ ୯ ରାଉଣ୍ଡରୁ ସାଇନା ୬.୫ ପଏଣ୍ଟ ପାଛନ୍ତି । ଭାରତର ଆକାଂକ୍ଷା ହେଗେଓ୍ଵାନେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
୨୦୨୨ ମସିହା ଜୁନ ମାସରେ ସେ ମାତ୍ର ୧୮ ବର୍ଷ ବୟସରେ ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ) ଟାଇଟଲ ହାସଲ କରିଥିଲେ ସାଇନା। ଏହି ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ତୃତୀୟ ଓଡ଼ିଆ ମହିଳା । ପୂର୍ବରୁ ପଦ୍ମିନୀ ରାଉତ ଏବଂ କିରଣ ମନୀଷା ମହାନ୍ତି ଡବଲ୍ୟୁଆଇଏମ୍ ହୋଇଛନ୍ତି । ୨୦୧୦ରୁ ସାଇନା ଜାତୀୟ ପ୍ରତିଯୋଗିତାରେ ୭ ବର୍ଷରୁ କମ୍ ବର୍ଗରେ ଚାମ୍ପିଅନ୍ ହେବା ପରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛନ୍ତି ।