ହକି ବିଶ୍ୱକପ୍‌ ପାଇଁ ବଢିବାରେ ଲାଗିଛି କ୍ରେଜ୍, ବାରବାଟୀରେ ହେବାକୁ ଥିବା କାର୍ଯ୍ଯକ୍ରମରେ ଯୋଗଦେଇପାରନ୍ତି ସଲମାନ ଖାନ୍‌

କଟକ(କେନ୍ୟୁଜ୍) :  ହକି ବିଶ୍ୱକପ୍‌ ପାଇଁ କଟକ ବାରବାଟୀରେ ହେବାକୁ ଥିବା କାର୍ଯ୍ଯକ୍ରମକୁ ଦବଙ୍ଗ ବୟ ସଲମାନ ଖାନ୍‌ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ବାରବାଟୀରେ ଏ.ଆର ରେହମାନ୍‌ ସଙ୍ଗୀତ ପରିବେଷଣ କରିବେ । ତେବେ ସଲମାନ ମଧ୍ୟ ଏହି କାର୍ଯ୍ଯକ୍ରମରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ସଲମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି । ତେବେ ସେ ସୁଟିଂରେ ବ୍ୟସ୍ତ ଥିବାରୁ ଫୋନ୍‌ ଯୋଗେ ସହମତି ଦେଇଥିବା କୁହାଯାଉଛି । ତେବେ ସଲମାନଙ୍କ ଅଫିସ୍‌ ପକ୍ଷରୁ, ସେ ଆସିବେ କି ନାହିଁ କିଛି ସ୍ପଷ୍ଟ କରାଯାଇନାହିଁ ।