ଅଧରାତିରେ ଧୋନିଙ୍କ ଜନ୍ମଦିନ ପାଳନ କଲେ ଭାଇଜାନ, ସାକ୍ଷୀ ବି ଦେଲେ ସରପ୍ରାଇଜ

ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଜି ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନରେ ଫ୍ୟାନ୍ସ ବିଭିନ୍ନ ଅନ୍ଦାଜରେ ଶୁଭେଚ୍ଛା ଜଣାଉଛନ୍ତି । ଫ୍ୟାନ୍ସଙ୍କ ସହିତ ବଲିଉଡ ଭାଇଜାନ ମଧ୍ୟ ଧୋନିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । କେବଳ ଏତିକି ନୁହେଁ, ସଲମାନ ଅଧାରାତିରେ ଧୋନିଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି ।
ସଲମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଧୋନିଙ୍କ ସହିତ ନଜର ଆସିଛନ୍ତି । ଫଟୋରେ ମାହିଙ୍କ ପାଖରେ ସଲମାନ ଖାନ ବ୍ଲାକ ସାର୍ଟ ଏବଂ ନିଜ ଖାସ ଡେନିମ୍ସ ପିନ୍ଧିଛନ୍ତି । ମହେନ୍ଦ୍ର ସିଂହ ଧୋନି ପ୍ରଥମେ କେକ କାଟିବା ପରେ ସଲମାନ ଖାନ କହିଲେ ସାକ୍ଷୀଙ୍କୁ ଖୁଆଇବା ପାଇଁ ଧୋନିଙ୍କୁ କହିଛନ୍ତି । ଏହାପରେ ମାହି ସଲମାନଙ୍କୁ କେକ୍ ଖୁଆଇଛନ୍ତି । ଫଟୋ କ୍ୟାପସନରେ ଲେଖିଛନ୍ତି, ହାପି ବାର୍ଥଡେ କ୍ୟାପଟେନ ସାହେବ ।
ଏହା ପୂର୍ବରୁ ଧୋନିଙ୍କ ପତ୍ନୀ ସାକ୍ଷୀ ନିଜ ଇନଷ୍ଟାଗ୍ରାମରେ ମାହିଙ୍କ ଜନ୍ମଦିନରେ ମିଡ ନାଇଟ ସେଲିବ୍ରେସନ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଧୋନି କେକ୍ କାଟୁଥିବାର ନଜର ଆସିଛନ୍ତି । କେକ୍ କାଟିବା ପରେ ସାକ୍ଷୀ ଧୋନିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ରଣବୀର ସିଂ ହାର୍ଟ ଇମୋଜି କମେଣ୍ଟ କରିଥିବା ନଜର ଆସିଛନ୍ତି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଧୋନି ସାକ୍ଷୀଙ୍କ ସହିତ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ସଂଗୀତ ନାଇଟରେ ସାମିଲ ହୋଇଥିଲେ । ଏହି ସମୟରେ ଧୋନି ହ୍ଵାଇଟ କୁର୍ତ୍ତାରେ ନଜର ଆସିଥିବା ବେଳେ ସାକ୍ଷୀ ଗୋଲଡେନ ଲେହେଙ୍ଗାରେ ନଜର ଆସିଥିଲେ ।