ମହିଳା ରେସ୍‌ଲରଙ୍କୁ ବଳାତ୍କାର କରିବାକୁ ଚାହୁଁଥିଲେ ସେମୀ, ଅଡିଓ ଲିକ୍‌ ହେବା ପରେ AEW କଲା ନିଲମ୍ବିତ

ଡବ୍ଲ୍ୟୁଡବ୍ଲ୍ୟୁଇର ଚର୍ଚ୍ଚିତ ରେସ୍‌ଲର ସେମୀ ଗବେରା ଟ୍ଵିଟ୍‌ କରି ଆମେରିକାର ମହିଳା ରେସଲର ସାଶା ବ୍ୟାଙ୍କସ୍‌ଙ୍କୁ କ୍ଷମା ମାଗିଛନ୍ତି। ୨୦୧୬ ଜାନୁଆରୀରେ ଏକ ଇଣ୍ଟରଭ୍ୟୁ ବେଳେ ଦେଇଥିବା ଏକ ବିବାଦୀୟ ବୟାନ ପାଇଁ ସେ ଏବେ କ୍ଷମା ମାଗିଛନ୍ତି। ସେମୀ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ସାଶା ବ୍ୟାଙ୍କସ୍‌ଙ୍କ ବଳାତ୍କାର କରିବାକୁ ଚାହୁଁଥିଲେ। ଏହି ଅଡିଓ କ୍ଲିପ୍‌ ଭାଇରାଲ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଏନେଇ ସଫେଇ ଦେଇ ଆମେରିକାର ରେସ୍‌ଲର ସେମୀ କହିଛନ୍ତି ଯେ ସେ ମଜାକ୍‌ରେ ଏହି ବୟାନ ଦେଇଥିଲେ।

AEW's Sammy Guevara Suspended Until Further Notice Due To Sasha ...

ସେମୀ ଗବେରା ୨୦୧୯ରେ ଏଇଡବ୍ଲ୍ୟୁ ସହ ଜଡ଼ିତ ହୋଇଥିଲେ ମଧ୍ୟ ପୂର୍ବରୁ ସେ ଡବ୍ଲ୍ୟୁଡବ୍ଲ୍ୟୁଇରେ ବ୍ୟାକ୍‌ଷ୍ଟେଜ୍‌ କାମ କରୁଥିଲେ। ଏକ ଇଣ୍ଟରଭ୍ୟୁରେ ସେ ସାଶା ବ୍ୟାଙ୍କସ୍‌ ପାଇଁ କହିଥିଲେ ଯେ ‘ସାଶା ବ୍ୟାଙ୍କସ୍‌, ଓଃ ଗଡ୍‌। ମୁଁ ଡବ୍ଲ୍ୟୁଡବ୍ଲ୍ୟୁଇରେ ଥିବା ବେଳେ ସେ ମହିଳାଙ୍କ ବଳାତ୍କାର କରିବାକୁ ଚାହୁଁଥିଲି।’ ଏହି ଭିଡିଓ ଭାଇରାଲ ହେବା ପରେ ସେମୀଙ୍କ ସମସ୍ୟା ବଢ଼ିଛି। ତାଙ୍କୁ ଏଇଡବ୍ଲ୍ୟୁରୁ ନିଲମ୍ବିତ କରିଦିଆଯାଇଛି। ଏହା ପରେ ସେମୀ ଉଭୟ ସାଶା ଓ ତାଙ୍କ ଫ୍ୟାନ୍‌ଙ୍କୁ କ୍ଷମା ମାଗିଥିବା ଜଣାଯାଇଛି।

WWE superstar Sasha Banks on her Minnesota past, uncertain future ...

ଅଲ୍‌ ଏଲିଟ୍‌ ରେସଲିଂ ଫେଡେରେସନ୍‌ (ଏଇଡବ୍ଲ୍ୟୁ) ସେମୀ ଗବେରାଙ୍କ ଏହି ଅଶାଳୀନ ମଜାକ୍‌କୁ ନିନ୍ଦା କରିଛି। ଏଥିସହ ତାଙ୍କୁ ନିଲମ୍ବିତ କରି ତାଙ୍କ ଦରମାକୁ ଏକ ମହିଳା ସଂସ୍ଥାକୁ ଦାନ କରିଦେଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.