ଓମେନ୍ସ ଡବଲ ଟେନିସର ପ୍ରଥମ ରାଉଣ୍ଡରେ ହାରିଲେ ସାନିଆ ଓ ଅଙ୍କିତା ଯୋଡି

ସାନିଆ ମିର୍ଜା ଓ ଅଙ୍କିତା ରାଇନାଙ୍କ ଟୋକିଓ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି । ଓମେନ୍ସ ଡବଲ ଟେନିସର ପ୍ରଥମ ରାଉଣ୍ଡରେ ଉଭୟେ ପରାଜିତ ହୋଇଛନ୍ତି । ପ୍ରଥମ ସେଟ ଜିତିଥିଲେ ସୁଦ୍ଧା ସାନିଆ ଓ ଅଙ୍କିତା ଯୋଡି ୟୁକ୍ରେନର ନାଦିଆ କିଚେନକ ଓ ଲିଦୁମାଇଲା କିଚେନକଙ୍କ ଠାରୁ ୬-୦
, ୬(0)-୭(୭) , ୮-୧୦ସେଟରେ ପରାସ୍ତ ହୋଇଛନ୍ତି ।  ପ୍ରଥମରୁ ସାନିଆ ଓ ଅଙ୍କିତା ଭଲ ପଦର୍ଶନ କରିଥିଲେ ସୁଦ୍ଧା ପରେ କିନ୍ତୁ ୟୁକ୍ରେନର ଯାଆଁଳା ଭଉଣୀ ଙ୍କ ଠାରୁ ତିଷ୍ଠି ପାରିନଥିଲେ ।

ସନିଆ ଓ ଅଙ୍କିତାଙ୍କ ପରାଜୟ ପରେ ସୁମିତ ଅଗ୍ରୱାଲ ଏକମାତ୍ର ଟେନିସ ଖେଳାଳି ଭାବରେ ଟୋକିଓ ଅଲିମ୍ପିକ୍ସରେ ଭାରତର ଆଶା ଅଛନ୍ତି । ସୁମିତ ବିଶ୍ୱର ନମ୍ବର ୨ ଖେଳାଳି ଡାନିଲ ମାଦନେବେଭଙ୍କୁ ସେକେଣ୍ଡ ରାଉଣ୍ଡରେ ଭେଟିଥିଲେ ।

Leave A Reply

Your email address will not be published.