୨୬ କିଲୋ ଓଜନ କମାଇ ଫଟୋ ଶେୟାର କଲେ ମା’ ସାନିଆ, ଫ୍ୟାନ୍‌ମାନଙ୍କ ଉଦ୍ଦେଶ୍ୟରେ କହିଲେ ଏମିତି କଥା

ମା’ ହେବା ପରେ ଭାରତୀୟ ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜାଙ୍କ ଓଜନ ୮୯ କିଲୋ ପଯ୍ୟର୍ନ୍ତ ପହଞ୍ଚିଯାଇଥିଲା। ଏବେ ସାନିଆ ଶେୟାର କରିଥିବା ଫଟୋରେ ନିଜ ଓଜନକୁ ହ୍ରାସ କରିଥିବା ବିଷୟରେ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ବର୍ତ୍ତମାନ ମା’ ସାନିଆଙ୍କ ଓଜନ ୬୩ କିଲୋ ହୋଇଯାଇଛି।

s77

ସୋମବାର ଏହି ଟେନିସ୍‌ ଷ୍ଟାର୍‌ ଫ୍ୟାନ୍‌ମାନଙ୍କ ପାଇଁ ନିଜର ଦୁଇଟି ଫଟୋ ଶେୟାର କରିଥିଲେ। ପ୍ରଥମ ଫଟୋରେ ସେ ମା’ ହେବା ପରର ଏକ ପୁରୁଣା ଫଟୋକୁ ଶେୟାର କରିଥିଲା ଏହାସହିତ ବର୍ତ୍ତମାନର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ପୂର୍ବଭଳି ଫିଟ୍‌ ଥିବା ନଜର ଆସୁଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ସାନିଆ କ୍ୟାପ୍‌ସନ ଲେଖିଥିଲେ ଯେ ‘ଯଦି ମୁଁ ଏହା କରିପାରୁଛି, ତା’ହେଲେ ଯେ କେହି ବି ଏହା କରିପାରିବ’। ସେ ‘୮୯ କିଲୋ ବନାମ୍‌ ୬୩’ ଲେଖି କ୍ୟାପ୍‌ସନ ଆରମ୍ଭ କରିଥିଲେ।

s3

ସେ ଆହୁରି ମଧ୍ୟ ଲେଖିଥିଲେ, ‘ଆମ ସମସ୍ତଙ୍କ ପାଖରେ ଲକ୍ଷ୍ୟ ରହିଥାଏ। ମୋତେ ଏହି ଲକ୍ଷ୍ୟ ହାସଲ ପାଇଁ ୪ ମାସ ସମୟ ଲାଗିଥିଲା, ଯେପରି ମା’ ହେବା ପରେ ମୁଁ ପୁଣିଥରେ ସୁସ୍ଥ ଏବଂ ଫିଟ୍‌ ହୋଇପାରିବି’। କ୍ୟାପସନରେ ସାନିଆ ହ୍ୟାସ୍‌ଟ୍ୟାଗ ବିଲିଭ୍‌ ଏବଂ ହ୍ୟାସ୍‌ଟ୍ୟାଗ mummahustles ଶବ୍ଦ ବ୍ୟବହାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.