ଇତିହାସ ସୃଷ୍ଟି କରି ସେମିଫାଇନାଲରେ ହାରିଲେ ସାନିଆ ମିର୍ଜା, ଓ୍ଵିମ୍ବଲଡନ୍‌ ମିକ୍ସଡ ଡବଲ୍ସ ଟାଇଟଲ ଜିତିବା ଅଧାରେ ରହିଲା

ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ବୁଧବାର ସେମିଫାଇନାଲ ମ୍ୟାଚରେ ହାରିବା ପରେ ମିକ୍ସଡ଼ ଡବଲ୍ସରେ ଓ୍ଵିମ୍ବଲଡନ୍‌ରେ ତାଙ୍କ ଯାତ୍ରା ଏକ ପ୍ରକାର ଶେଷ ହୋଇଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ସାନିଆଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବୋଲି ଜଣାଯାଇଛି । ସନିଆ ନିଜ କୋ ପ୍ଲେୟର କ୍ରୋଏସିଆର ପାଵିକଙ୍କ ଚ୍ୟାମ୍ପିୟନ ନୀଳ ସ୍କୁପତି ଓ ଦେଶିରା କ୍ରାବେସ୍କିଙ୍କ ଠାରୁ ହାରି ଯାଇଛନ୍ତି । ଏହାଦ୍ୱାରା ଗ୍ରାସକୋର୍ଟରେ ଟ୍ରଫି ଜିତିବା ନେଇ ତାଙ୍କ ସ୍ବପ୍ନ ଏକ ପ୍ରକାର ଭାଙ୍ଗି ଯାଇଛି । କହିରଖିବା ଉଚିତ ହେବକି ଭାରତୀୟ କ୍ରିକେଟ ଜଗତର ବରିଷ୍ଠ ଖେଳାଳି ସୁନୀଲ ଗାଭାସ୍କର ମ୍ୟାଚ ଦେଖିବା ପାଇଁ ପହଞ୍ଚିଥିଲେ ।

 

ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ମିକ୍ସଡ଼ ଡବଲ୍ସ  ଓ୍ଵିମ୍ବଲଡନ୍‌ ସେମିଫାଇନାଲରେ ପହଂଚିବା ସାନିୟା ଓ ତାଙ୍କ ସାଥି ପଵିକ  ସ୍କୁପତି ଓ ଦେଶିରାଙ୍କ ଠାରୁ ୬-୪, ୫-୭, ୪-୬ ସେଟରେ ପରାସ୍ତ ହୋଇଛନ୍ତି ।  ଏହା ପୂର୍ବରୁ ଏହି ଯୋଡି ୬ -୪, ୩-୬, ୭-୫ ସେଟରେ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ । କହିରଖିବା ଉଚିତ ହେବକି ମିକ୍ସଡ ଡବଲ୍ସରେ ଏହା ହେଉଛି ସାନିଆଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ୨୦୧୧, ୨୦୧୩ , ୨୦୧୫ ରେ ସେ କ୍ୱାର୍ଟର ଫାଇନାଲରେ ଖେଳିଥିଲେ । ଏହା ପୂର୍ବରୁ ସନିଆଙ୍କୁ ମହିଳା ସିଙ୍ଗଲ୍ସରେ ଲୁସି ହରଡେକାଙ୍କ ଠାରୁ ପରାସ୍ତ ହୋଇଥିଲେ । ଯଦିବା ଜଣେ ସନିଆଙ୍କ ନିକଟରେ ମିକ୍ସଡ ଡବଲ୍ସରେ କ୍ୟାରିୟର ସ୍ଲାମ ଜିତିବା ନେଇ ଶେଷ ସୁଯୋଗ ଥିବା ବେଳେ ଏହାକୁ ବି ହରାଇ ଦେଇଛନ୍ତି ସାନିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.