ଟେନିସ୍‌ କୋର୍ଟକୁ ଓହ୍ଲାଇଲେ ସାନିଆ ମିର୍ଜା, ଚିୟର କରିବାକୁ ପହଞ୍ଚିଲେ ବାପା ଓ ପୁଅ

ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଏବେ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲେମ୍‌ ଅଷ୍ଟ୍ରେଲିୟାନ୍‌ ଓପନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ମେଲବର୍ଣ୍ଣରେ ଟୁର୍ଣ୍ଣାମେଣ୍ଟକୁ ନେଇ ପ୍ରାକ୍ଟିସ୍‌ ଆରମ୍ଭ କରି ଦେଇଛନ୍ତି। ସାନିଆ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଜ ପରିବାର ସହ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଏହାର ଏକ ଫଟୋ ସାନିଆଙ୍କ ବାପା ତଥା ଆସିଷ୍ଟାଣ୍ଟ କୋଚ୍‌ ଇମ୍ରାନ୍‌ ମିର୍ଜା ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଇମ୍ରାନ୍‌ ମିର୍ଜାଙ୍କର ଏହା ୫୦ ତମ ଗ୍ରାଣ୍ଡ୍‌ ସ୍ଲେମ୍‌। ସେ କୋଚ୍‌ ଭାବେ ପ୍ରଥମ ଗ୍ରାଣ୍ଡ ସ୍ଲେମ୍‌ ୨୦୦୧ ମସିହାରେ ଖେଳିଥିଲେ। ଫଟୋରେ ସାନିଆଙ୍କ ବାପା ଇମ୍ରାନ୍‌ଙ୍କ କୋଳରେ ନାତି ଇଜହାନ୍‌ ମିର୍ଜା ମଲ୍ଲିକ ରହିଛି। ଏଥିସହ ସେ ନିଜ କୋଚ୍‌ ଆଇଡିକୁ ମଧ୍ୟ ସେୟାର କରିଛନ୍ତି।

ନଜର ପକାନ୍ତୁ:

 

View this post on Instagram

 

A post shared by Imran Mirza (@imranmirza58)

 

View this post on Instagram

 

A post shared by Imran Mirza (@imranmirza58)

ସୂଚନାଯୋଗ୍ୟ ଯେ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ୨୦୧୦ ମସିହାରେ ପାକ୍‌ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ। ସେ ଏବେ ତାଙ୍କ ସହ ପାକିସ୍ତାନରେ ହିଁ ରହୁଛନ୍ତି। ୨୦୧୮ ମସିହାରେ ସାନିଆ ମିର୍ଜା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତାଙ୍କ ପୁଅ ନାଁ ହେଉଛି ଇଜହାନ୍‌ ମିର୍ଜା।