ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କୁ ସଚେତନ କରିବେ ସାନିଆ ମିର୍ଜା, ଖୁବଶୀଘ୍ର ୱେବସିରିଜରେ କରିବେ ଡେବ୍ଯୁ

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ନୂଆ ଅବତାରରେ ଆସିବେ। ସାନିଆ ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଡେବ୍ଯୁ କରିବାକୁ ଯାଉଛନ୍ତି। ଏମଟିଭି ନିଷେଧ ଆଲୋନ ଟୁଗେଦର’ ନାମକ ୱେବସିରିଜ ଜରିଆରେ ସାନିଆ ଡେବ୍ଯୁ କରିପାରନ୍ତି।

ସାନିଆ ଏକ ବୟାନରେ କହିଛନ୍ତି, ଟିବି ବା ଯକ୍ଷ୍ମା ଆମ ଦେଶର ସବୁଠାରୁ ପୁରୁଣା ସମସ୍ଯା। ଏହି ରୋଗରେ ଅଧିକାଂଶ ୩୦ ବର୍ଷରୁ କମ୍ ବୟସ ବ୍ଯକ୍ତି ଆକ୍ରାନ୍ତ ହେଉଛନ୍ତି। ଏହି ରୋଗ ସମସ୍ଯାରୁ ନିଜାତ ପାଇବା ଏବଂ ପରିବର୍ତ୍ତନ ଆଣିବା ଅତ୍ଯନ୍ତ ଆବଶ୍ଯକତା ରହିଛି। ଏହି ୱେବସିରିଜ ସ୍ବତନ୍ତ୍ର ଏବଂ ବେଶ ପ୍ରଭାବୀ ହେବ ବୋଲି ସାନିଆ ଆଶା ରଖିଛନ୍ତି।

sania mirza

ଯକ୍ଷ୍ମା ଲଗାତାର ବିପଦ ହୋଇ ରହିଥାଏ ଏବଂ ମହାମାରୀ ଏହାର ପ୍ରଭାବକୁ ଆହୁରି ଖରାପ କରିଦେଇଛି। ଯକ୍ଷ୍ମା ବନ୍ଦ କରିବା ପାଇଁ ସଂଗ୍ରାମ ପୂର୍ବ ଅପେକ୍ଷା ଅଧିକ କଷ୍ଟସାଧ୍ୟ ହୋଇଛି। ଏହି ଶୋ’ରେ ସାନିଆ ମିର୍ଜା ଲକ୍ଡାଉନ୍ ସମୟରେ ଯୁବକ ଦମ୍ପତି ସମ୍ମୁଖୀ ହେଉଥିବା ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିବ। ନଭେମ୍ବରର ଶେଷ ସପ୍ତାହରେ MTV ଇଣ୍ଡିଆ ଏବଂ MTV ନିଷେଧର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ 5-ଧାରାବାହିକ ସିରିଜ୍ ଲଞ୍ଚ ହେବ। ସୂଚନାଯୋଗ୍ଯ, ଏହି ଟିଭି ଶୋ ଏମଟିଭି ନିଷେଧର ପ୍ରମିୟର ଚଳିତବର୍ଷ ଜାନୁଆରୀରେ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.