ବଲିଉଡର ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ସୋଏବଙ୍କୁ କହିଲେ ସାନିଆ

ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ନିଜ ସ୍ୱାମୀ ସୋଏବ ମଲ୍ଲିକଙ୍କ ସହିତ ଇନଷ୍ଟାଗ୍ରାମରେ ଏକ ଲାଇଭରେ ନିଜ ଫ୍ୟାନଙ୍କ ସାମନାକୁ ଆସିଥିଲେ । ଲାଇଭରେ ସାନିଆ ଅନେକ କଥା ଫ୍ୟାନଙ୍କ ସହିତ ସେୟାର କରିଥିଲେ ଓ ସୋଏବ ମଧ୍ୟ ସେଥିରେ ସାନିଆଙ୍କୁ ଅନେକ କଥା କହି ଥଟ୍ଟା କରିଥିଲେ ।

ତେବେ ସ୍ୱାମୀ ସ୍ତ୍ରୀଙ୍କ ଏହି ଥଟ୍ଟା ମଜା ଭିତରେ ଲୋକପ୍ରିୟ ଖେଳାଳି ସାନିଆଙ୍କୁ ସୋଏବ ଏକ ମଜାଦାର ପ୍ରଶ୍ନ କରିଥିଲେ । ସୋଏବ ତାଙ୍କୁ ଦୁଇଟି ବିକଳ୍ପ ଦେଇ କହିଥିଲେ ଯେ , ଯଦି ସାନିଆଙ୍କୁ ଟମ୍‌ କ୍ରୁଜ ଓ ଅକ୍ଷୟ କୁମାରଙ୍କ ମଧ୍ୟରୁ ବାଛିବାକୁ ପଡେ , ତେବେ ସେ କେଉଁ ଜଣଙ୍କୁ ବିବାହ କରିବାକୁ ଚାହିଁବେ ଓ କାହା ସହିତ ବିଶ୍ୱାସଘାତକତା କରିବେ। ଏହାର ଉତ୍ତରରେ ସାନିଆ ଅକ୍ଷୟ କୁମାରଙ୍କୁ ବିବାହ କରିବେ ବୋଲି କହିଥିଲେ ।

soib

ସାନିଆ ଅକ୍ଷୟ କୁମାରଙ୍କ ୧୯୯୪ ମସିହାରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ମୋହରା ପରଠାରୁ ସେ ତାଙ୍କୁ ଖୁବ ପସନ୍ଦ କରନ୍ତି ତେଣୁ ସେ କେବେ ବି ତାଙ୍କୁ ଧୋକା ଦେଇପାରିବେ ନାହିଁ। ଅନ୍ୟ ଏକ ପ୍ରଶ୍ନରେ ସୋଏବ ସାନିଆଙ୍କର ପ୍ରିୟ ପାକିସ୍ତାନୀ କ୍ରିକେଟର ବିଷୟରେ ପଚାରିଥିଲେ । ଯାହାର ଉତ୍ତରରେ ସାନିଆ ବାବର ଆଜମଙ୍କ ନାମ କହିଥିଲେ ଓ ପାକିସ୍ତାନୀ କ୍ରିକେଟର ଇମାମ-ଉଲ-ହକ ତାଙ୍କର ସବୁଠାରୁ ଭଲ ସାଙ୍ଗ ବୋଲି ମଧ୍ୟ କହିଥିଲେ ।

ସୂଚନାଯୋଗ୍ୟ, ସାନିଆ ଦୀର୍ଘ ୫ ମାସ ହେଲାଣି ସୋଏବଙ୍କ ଠାରୁ ଦୂରରେ ରହିଛନ୍ତି। ସେ ତାଙ୍କ ପୁଅ ଇଜହାନ ସହିତ ହାଇଦ୍ରାବାଦରେ ରହିଛନ୍ତି । ସୋଏବ ଏବଂ ସାନିଆଙ୍କର ବିବାହ ୨୦୧୦ରେ ହୋଇଥିଲା । ସୋଏବ ତାଙ୍କ ପ୍ରଥମ ପତ୍ନୀ ଆୟଶା ସିଦ୍ଦିକିଙ୍କୁ ଛାଡପତ୍ର ଦେଇ ସାନିଆଙ୍କୁ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.