ସାନିଆ ଓ ସୋଏବଙ୍କ ମଧ୍ୟରେ ହୋଇ ସାରିଛି ଛାଡ଼ପତ୍ର, କେବଳ ଘୋଷଣା ବାକି ! ହେଲେ ଆୟେଶା କହୁଛନ୍ତି ଅଲଗା କଥା

ସସପେନ୍ସ ପରେ ସସପେନ୍ସ । ରହସ୍ୟମୟ ପରିସ୍ଥିତି ସୃଷ୍ଟି କରିଛି ସାନିଆ ଓ ସୋଏବଙ୍କ ଦାମ୍ପତ୍ୟ ଜୀବନ । କେବେ ଶୁଣା ଯାଉଛି ସେମାନଙ୍କର ଛାଡ଼ପତ୍ର ହେବ । ପୁଣି କେବେ ଚର୍ଚ୍ଚା ହେଉଛି ସେମାନେ ଏକାଠି ରହିବେ ଆଉ ପାକିସ୍ତାନରେ ଟେଲିଭିଜନ ସୋ କରିବେ । ଟେଲିଭିଜନ ସୋ କଥା ଉଠିବା ପରେ ଉଭୟଙ୍କ ଛାଡ଼ପତ୍ର ଖବର ଆଉ ଶୁଣା ଯାଉନଥିଲା । ହେଲେ ଏବେ ପୁଣି ଉଠିଛି ଡାଇଭୋର୍ସ ପ୍ରସଙ୍ଗ ।
ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କୁ ୨୦୧୦ରେ ବିବାହ କରିଥିଲେ। ବିବାହର ପ୍ରାୟ ୧୨ ବର୍ଷ ପରେ ଉଭୟଙ୍କ ସମ୍ପର୍କ ଏକ ଖରାପ ସମୟ ଦେଇ ଗତି କରୁଛି। ମିଡିଆ ରିପୋର୍ଟ ମୁତାବକ, ସାନିଆ ଓ ସୋଏବ ପରସ୍ପରଠାରୁ ଛାଡ଼ପତ୍ର ନେଇ ସାରିଛନ୍ତି। କିନ୍ତୁ ଏହି କଥାରେ ବର୍ତ୍ତମାନ ଚୁପ୍ ରହିଛନ୍ତି। ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ ଦୁଇ ସ୍ପୋର୍ଟସ୍ ତାରକା ଏକ ଖାସ୍ କାରଣ ଯୋଗୁ ନିଜର ଛାଡ଼ପତ୍ର କଥା ସମସ୍ତଙ୍କୁ ଲୁଚାଇଛନ୍ତି।
କହି ରଖୁଛୁ, ସାନିଆ ମିର୍ଜା ଓ ସୋଏବ ମଲ୍ଲିକଙ୍କ ସମ୍ପର୍କରେ ଅନେକ ଦିନରୁ ସମସ୍ୟା ଚାଲିଛି ଯେଉଁ କାରଣରୁ ଉଭୟ ଅଲଗା ଅଲଗା ମଧ୍ୟ ରହୁଛନ୍ତି। ରିପୋର୍ଟ ମୁତାବକ, ଦୁହେଁ ଛାଡ଼ପତ୍ର ମଧ୍ୟ ନେଇ ସାରିଛନ୍ତି କିନ୍ତୁ ଫ୍ୟାନମାନଙ୍କୁ ଏ ବିଷୟରେ କୌଣସି ବି ଖବର ନାହିଁ। ଯଦି ଆପଣ ଭାବୁଛନ୍ତି କି, ସାନିଆ ଓ ସୋଏବ ଏ ପର୍ଯ୍ୟନ୍ତ ସେମାନଙ୍କ ଛାଡ଼ପତ୍ର ନେଇ କାହିଁକି ଘୋଷଣା କରି ନାହାନ୍ତି? ତା’ ହେଲେ ଆସନ୍ତୁ ଜାଣିବା ଏ ବିଷୟରେ…।
ବାସ୍ତବରେ, ସାନିଆ ଓ ସୋଏବ ଏକ ନୂଆ ଶୋ’ ‘ଦ ମିର୍ଜା ମଲ୍ଲିକ ଶୋ’ରେ କାମ କରୁଛନ୍ତି। ଏହି ଶୋ’ର କନ୍ସେପ୍ଟ କାରଣରୁ ହିଁ ଦୁହିଁଙ୍କୁ ନିଜ ଛାଡ଼ପତ୍ରର ଘୋଷଣା ବିଳମ୍ବ କରାଇବାକୁ ପଡ଼ୁଛି। ସେମାନେ ଏହି ଘୋଷଣା ଶୋ’ ଶେଷ ହେବା ପରେ ହିଁ କରିବେ। କାରଣ ଏହା ମିର୍ଜା ମଲ୍ଲିକ ସୋ ଉପରେ ପ୍ରଭାବ ପକାଇବ ବୋଲି ପ୍ରଯୋଜକ ମନେ କରୁଛନ୍ତି । ମିଡିଆ ରିପୋର୍ଟରୁ ଜଣାପଡ଼ିଛି କି ସୋଏବ ମଲ୍ଲିକ ପାକିସ୍ତାନୀ ମଡେଲ ଆୟେଶା ଓମରଙ୍କୁ ଡେଟ୍ କରୁଛନ୍ତି, ଯାହାକି ସୋଏବ ଓ ସାନିଆଙ୍କ ମଧ୍ୟରେ ଛାଡ଼ପତ୍ରର କାରଣ।
ଏପଟେ ଆୟେଶା କହୁଛନ୍ତି କି ସୋଏବ ତାଙ୍କର ଜଣେ ଭଲ ବନ୍ଧୁ । ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ ସୋଏବଙ୍କ ସହ ମୋର ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି । ହେଲେ ବି ମୁଁ ସୋଏବ ଓ ସାନିଆଙ୍କୁ ଖୁବ୍ ଭଲପାଏ ଓ ସମ୍ମାନ ଦିଏ । ସେମାନେ ପରସ୍ପରକୁ ବିବାହ କରି ଖୁବ୍ ଖୁସିରେ ଅଛନ୍ତି । ସେମାନେ ମୋତେ ବି ବହୁତ ସମ୍ମାନ ଦିଅନ୍ତି ବୋଲି ଆୟେଶା କହିଛନ୍ତି ।
ତେବେ ଏସବୁ ଖବର ଉପରେ ନା ସୋଏବ ନା ସାନିଆ କେହିବି ଏଯାଏ ପ୍ରତିକ୍ରିୟା ରଖି ନାହାନ୍ତି । ତେଣୁ ସେମାନଙ୍କ ସମ୍ପର୍କ ଏମିତି ରହିବ କି ଭାଙ୍ଗିଯିବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି ।