ମା’ ହେବା ପରେ ପ୍ରଥମ ଥର ପିଲା ସହିତ ନଜର ଆସିଲେ ସାନିଆ ମିର୍ଜା

ହାଇଦ୍ରାବାଦ : ପିଲା ସହିତ ବାହାରକୁ ଆସିଲେ ଟେନିସ୍ କୁଇନ୍ ସାନିଆ ମିର୍ଜା । ନିଜ ସନ୍ତାନର ଜନ୍ମ ପରେ ପ୍ରଥମଥର ଫଟୋ ଛାଡ଼ିଛନ୍ତି ସାନିଆ । ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନ ବ୍ୟାଟ୍ସମ୍ୟାନ ଶୋଏବ ମଲ୍ଲିକଙ୍କ ଔରସରୁ ଗତ ଅକଟୋବର ୨୯ ତାରିଖରେ ଏକ ଶିଶୁ ପୁତ୍ର ଜନ୍ମ ନେଛି

ଏହାପରେ ଉଭୟ ଭାରତ ଓ ପାକିସ୍ତାନରେ ଆନନ୍ଦ ଖେଳି ଯାଇଥିଲା । ପ୍ରଥମ ଥର ପାଇଁ ସାନିଆଙ୍କୁ ନିଜର ବେବି ବୟ ସହିତ ଦେଖିବାକୁ ମିଳିଛି। ଏହି ଫଟୋ ହସ୍ପିଟାଲର। ଯେଉଁଠି ସାନିଆ ନିଜ ପୁଅ ଇଜହାନକୁ କୋଳରେ ଧରିଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ସାନିଆ ହସ୍ପିଟାଲରୁ ଘରକୁ ଯିବା ବେଳର।

saniaaଗତ ମଙ୍ଗଳବାର ଦିନ ଏହି ଖୁସି ଖବରକୁ ସୋଏବ ମଲ୍ଲିକ ନିଜର ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ଜଣାଇଥିଲେ। ସେ ଲେଖିଥିଲେ ଯେବହୁତ ଉତ୍ସାହର ସହିତ ଜଣାଉଛି ଯେ ଆମର ପୁଅ ହୋଇଛି। ମୋ ପ୍ୟାରୀ ବହୁତ ଭଲ ଅଛି ଏବଂ ସବୁଦିନ ଭଳି ଷ୍ଟ୍ରଙ୍ଗ ଅଛି।

ଫଟୋରେ ସାନିଆ ବହୁତ ଖୁସି ଥିବାର ନଜର ଆସୁଛନ୍ତି। ସେ କହିଛନ୍ତି ଯେ ସେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଯୋଜନା କରୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ୨୦୧୦ରେ ସାନିଆ ପାକିସ୍ତାନ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ। ଏହାକୁ ନେଇ ବହୁ ବାଦବିବାଦ ମଧ୍ୟ ଉଠିଥିଲା । ତେବେ ସବୁ କିଛିକୁ ଏଡ଼ାଇ ସେମାନେ ନିଜ କ୍ରୀଡ଼ା ଜୀବନରେ ମାତି ଯାଇଥିଲେ । ସାନିଆ ତାଙ୍କ ଗର୍ଭବତୀ ହେବାର ଖବର ଗତ ଏପ୍ରିଲ ୨୩ରେ ସୋସିଆଲ ମିଡିଆରେ ସେୟାର କରିଥିଲେ।