ମୋ ପିଲା କାହାର ହେବ, ହିନ୍ଦୁସ୍ତାନ ନା ପାକିସ୍ତାନର ? : ମୁହଁ ଖୋଲିଲେ ସାନିଆ ମିର୍ଜା

ମୁମ୍ବାଇ : ମା ହେବାକୁ ଯାଉଛନ୍ତି ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା । ତେବେ ପାକିସ୍ତାନ କ୍ରିକେଟ୍ ଷ୍ଟାର ସୋଏବ ମଲ୍ଲିକଙ୍କୁ ବିବାହ କରି ସବୁ ବେଳେ ଚର୍ଚ୍ଚାରେ ରହୁଥିବା ସାନିଆଙ୍କ ପିଲା ଭାରତର ନା ପାକିସ୍ତାନର ନାଗରିକ ହେବ ତାକୁ ନେଇ କ୍ରୀଡ଼ାପ୍ରେମୀ ଓ ସାଧାରଣ ଲୋକ ଚର୍ଚ୍ଚା କରୁଛନ୍ତି । ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସାନିଆ । ସେ କହିଛନ୍ତି ଆମ ପିଲା କେଉଁ ଦେଶର ନାଗରିକ ହେବ ସେ କଥା ଆମ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ବିଶେଷ ଗୁରୁତ୍ୱ ରଖେ ନାହିଁ । ଆମେ ସେ କଥା ଆଦୌ ଚିନ୍ତା ବି କରିନାହୁଁ । ଏମିତିକି ଅନେକ ଲୋକ ଭାବିଛନ୍ତି ସୋଏବ ଓ ମୁଁ ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆଣିବା ଲାଗି ବାହା ହୋଇଛୁ । ଯାହା ସତ ନୁହେଁ । ମୁଁ ମୋ ଦେଶ ପାଇଁ ଖେଳୁଛି ସୋଏବ ତାଙ୍କ ଦେଶ ପାଇଁ ଖେଳୁଛନ୍ତି । ଲୋକମାନେ ଅଯଥାରେ ଅଦରକାରୀ ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛନ୍ତି । ଆମ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ । ତେବେ ସାନିଆ ବର୍ଷକୁ ଥରେ ପାକିସ୍ତାରେ ତାଙ୍କ ଶାଶୁ ଘରକୁ ଯାଆନ୍ତି ଏବଂ ସମସ୍ତେ ତାଙ୍କୁ ବହୁତ ସ୍ନେହ ଆଦର କରନ୍ତି ବୋଲି କହିଛନ୍ତି । ପୁଣି ପାକିସ୍ତାନରେ ସମସ୍ତେ ତାଙ୍କୁ ‘ଭାଉଜ’ ବୋଲି ଡାକନ୍ତି । ଯାହା ତାଙ୍କୁ ଖୁବ୍ ଖୁସି ଲାଗେ ବୋଲି କହିଛନ୍ତି ସାନିଆ ।