‘ଧୋନୀଙ୍କ ଠାରୁ ଶିଖନ୍ତୁ’, ବିରାଟ କୋହଲିଙ୍କ ମନ୍ତବ୍ୟ ଉପରେ ସଞ୍ଜୟ ମଞ୍ଜରେକର ଦେଲେ ପ୍ରତିକ୍ରିୟା
ଖେଳାଳିଙ୍କ ପ୍ରଦର୍ଶନ ଉପରେ ମନ୍ତବ୍ୟକୁ ଗ୍ରହଣ କରିବା ଶିଖନ୍ତୁ ବିରାଟ କୋହଲି। କୌଣସି ସମାଲୋଚନାକୁ ଶାନ୍ତ ଭାବେ ଗ୍ରହଣ କରି ପରିପକ୍ୱତା ଦେଖାନ୍ତୁ। ପୂର୍ବ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଠାରୁ କୋହଲି ଏହି ଶିକ୍ଷା ଲାଭ କରିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ତଥା କ୍ରିକେଟ କମେଣ୍ଟଟେଟର ସଞ୍ଜୟ ମଞ୍ଜରେକର୍।
କେ ଏଲ ରାହୁଲଙ୍କ ପ୍ରଦର୍ଶନକୁ ନେଇ ସମାଲୋଚନା ହେବା ପରେ ଏହାକୁ ବାହାର ଲୋକଙ୍କ ନନ୍ସେନ୍ସ ମନ୍ତବ୍ୟ ବୋଲି କହିଥିଲେ ବିରାଟ କୋହଲି। ଭାରତୀୟ କ୍ରିକେଟ ଦଳର ଖେଳାଳି ମାନଙ୍କୁ ସେ ସମର୍ଥନ କରୁଥିବା କୋହଲି କହିଥିଲେ। ଯେତେବେଳେ ଜଣେ ଖେଳାଳି ଏକ କଠିନ ପରିସ୍ଥିତି ଦେଇ ଗତି କରୁଥାଏ, ସେତେବେଳେ ତାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ିଥାଏ।
ବାହାର ମନ୍ତବ୍ୟକୁ ଅଣଦେଖା କରିବାକୁ କହିଥିଲେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ। କୋହଲିଙ୍କ ମନ୍ତବ୍ୟ ପରେ ଏହାକୁ ଚାରିଆଡୁ ସମାଲୋଚନା କରାଯାଇଥିଲା। ଏହି ମନ୍ତବ୍ୟ ଦ୍ୱାରା କୋହଲି ନିଜର ଅପରିପକ୍ୱତା ଦେଖାଇଥିବା କୁହାଯାଇଛି।