ସଞ୍ଜୁ ସାମସନଙ୍କ ପାଇଁ ଆଇସିସି ଟି୨୦ ବିଶ୍ବକପ ୨୦୨୬ ବହୁତ ଭଲ ରହିଛି । ବିଶ୍ବକପର ପ୍ରାରମ୍ଭିକ ମ୍ୟାଚରୁ ବାଦ୍ ପଡି ବସିଥିଲେ ସଞ୍ଜୁ । ଏହାପରେ ତାଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ପ୍ରଥମ ମ୍ୟାଚରେ କିଛି ଖାସ୍ ରନ କରିନଥିଲେ କିନ୍ତୁ ପରେ ଟୁର୍ଣ୍ଣାମେଣ୍ଟରେ ବେଶ୍ କମାଲ ବ୍ୟାଟିଂ କରି ଚକିତ କରିଥିଲେ । ଏହାପରେ ଆଇସିସି ସଞ୍ଜୁଙ୍କୁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ନୋମିନେଟ କରାଯାଇଛି ।
ଆଇସିସି ପକ୍ଷରୁ ଗତ ମାର୍ଚ୍ଚ ମାସର ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ପାଇଁ ୩ଜଣିଆ ତାଲିକା ଘୋଷଣା କରାଯାଇଛି । ଏଥିରେ ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମରା ଓ ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କ ସମେତ ଦକ୍ଷିଣ ଆଫ୍ରିକା ବ୍ୟାଟର କନ୍ନର ଇଷ୍ଟରହୁଇଜେନ ସ୍ଥାନ ପାଇଛନ୍ତି ।
ବୁମରା ଓ ସାମସନ ମାର୍ଚ୍ଚ ମାସରେ ଗତ ଟି-20 ବିଶ୍ୱକପର ୩ଟି ମ୍ୟାଚ୍ ଖେଳିଥିଲେ ଏବଂ ଭାରତକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସାମସନ୍ ସୁପର-୮ ରାଉଣ୍ଡରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ‘ମ୍ୟାଚରେ ଅପରାଜିତ ୯୭ ରନ୍, ଇଂଲଣ୍ଡ ବିପକ୍ଷ ସେମିରେ ୮୯ରନ୍ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ୮୯ରନ୍ କରିଥିଲେ ।
ସେ ୧୩୭.୫୦ ଆଭରେଜରେ ମୋଟ ୨୭୫ରନ୍ ସଂଗ୍ରହ କରିବା ସହ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ । ବୁମରା ସେହି ୩ଟି ମ୍ୟାଚରେ ୭ଟି ୱିକେଟ୍ ନେଇଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଫାଇୋଲରେ ୧୫ରନ୍ ଦେବା ସହ ୪ଟି ୱିକେଟ୍ ନେବା ସହ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ସେହିପରି କନ୍ନର ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ୫ଟି ମ୍ୟାଚ୍ ଖେଳି ୨୦୦ରନ୍ କରିଥିଲେ ଏବଂ ଦଳକୁ ୩-୨ରେ ସିରିଜ ବିଜୟୀ କରାଇଥିଲେ ।
Also Read : ‘୪ ଘଣ୍ଟା ଯାଏଁ ନଜର ହଟାଇପାରିନି’… ବିରାଟ କୋହଲିଙ୍କୁ ପସନ୍ଦ ଆସିଲା ଧୁରନ୍ଧର ୨, ଆଦିତ୍ୟ ଏବଂ ରଣବୀରଙ୍କୁ ପ୍ରଶଂସା…