ରାଜକୋଟ ଟି୨୦ ହାରିବା ପରେ ନିଜ ଉପରେ ରାଗ ସୁଝାଇଲେ ସଞ୍ଜୁ ସାମସନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା,

ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ବାଜିମାରିନେଲା ଇଂଲଣ୍ଡ । ଏହି ମ୍ୟାଚକୁ ଇଂଲଣ୍ଡ ୨୬ ରନ୍ରେ ଜିତିନେଇଛି । ଟସ୍ ଜିତି ଭାରତ ପ୍ରଥମେ ଫିଲଡିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୯ ୱିକେଟରେ ୧୭୧ ରନ୍ କରିଥିଲା । ଇଂଲଣ୍ଡ ପକ୍ଷରୁ ବେନ୍ ଡୁକେଟ୍ ୫୧ ରନ୍ କରିଥିବାବେଳେ ଜୋସ୍ ବଟଲର ୨୪ ରନ୍ କରିଥିଲେ । ସେହିପରି ଲିଆମ ଲିଭିଂଷ୍ଟୋନ୍ ୪୩ ରନ୍ କରିଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ ୱିକେଟ ଅକ୍ତିଆର କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି, ଅକ୍ଷର ପଟେଲ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
୧୭୨ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୧୪୫ ରନ୍ କରିଥିଲା । ଅଭିଷେକ ଶର୍ମା ୨୪ ରନ୍ କରିଥିବାବେଳେ ସୂର୍ୟ୍ୟକୁମାର ଯାଦବ ୧୪ ରନ୍ କରିଥିଲେ । ସେହିପରି ତିଲକ ବର୍ମା ୧୮ ରନ୍, ଅକ୍ଷର ପଟେଲ ୧୫ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍ କରିଥିଲେ । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି ।
ତେବେ ନିଜ ନିଜର ୱିକେଟ ଯିବା ପରେ ଭାରତୀୟ ଖେଳାଳି ନିଜର ରାଗକୁ ମଧ୍ୟ ଜାହିର କରୁଥିଲେ । ଆଉଟ୍ ହେବା ପରେ ସଞ୍ଜୁ ସାମସନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଖୁସି ନଥିଲେ । ରାଜକୋଟରେ ସଞ୍ଜୁ ସାମସନ ଭଲ ଖେଳିବାକୁ ଚେଷ୍ଟା କରି ଅସଫଳ ହୋଇଥିଲେ । ସଞ୍ଜୁଙ୍କ ୱିକେଟ ଜୋଫ୍ରା ଆର୍ଚର ନେବା ପରେ ମୁଥ ମାରିବା ଭଳି ରିଆକ୍ସନ ଦେଇଥିଲେ । କୋଲକତା ଏବଂ ଚେନ୍ନାଇ ମ୍ୟାଚ ଭଳି ସମାନ ଭୁଲ୍ କରି ଆଉଟ୍ ହୋଉଥିବା ଯୋଗୁଁ ନିଜ ଉପରେ ରାଗ ସୁଝାଇଥିଲେ ।
ହାର୍ଦ୍ଦିକ ପାଣ୍ଡ୍ୟା ରାଜକୋଟ ଟି୨୦ରେ ଆଉଟ୍ ହେବା ପରେ ନିଜ ବ୍ୟାଟ ଫୋପାଡି ଦେଇଥିଲେ । ହାର୍ଦ୍ଦିକ ସିନିଅର ଖେଳାଳି ଭାବେ ଟିମରେ ନିଜର ଯୋଗଦାନ ଦେଇପାରନଥିଲେ । ହାର୍ଦ୍ଦିକ ସ୍ଲୋ ରନ କରିଥିବାରୁ ନିଜ ଉପରେ ରାଗିଥିଲେ । ସେ ୩୫ ବଲରେ ମାତ୍ର ୪୦ ରନ୍ କରିପାରିଥିଲେ ।
ତେବେ ଟପ୍ ଅର୍ଡର ବ୍ୟାଟର ଏବଂ ମଧ୍ୟକ୍ରମ ବ୍ୟାଟରଙ୍କ ଯୋଗୁଁ ରାଜକୋଟ ଟି୨୦ ହାରିଲା ଭାରତ ବୋଲି ଫ୍ୟାନ୍ସ କହୁଛନ୍ତି ।
Also Read : ରଣଜୀ ପାଇଁ ଦିଲ୍ଲୀ ପହଞ୍ଚିଲେ ବିରାଟ କୋହଲି, ବଢିଲା ସୁରକ୍ଷା, ସାଥି ଖେଳାଳିଙ୍କ ସହିତ କଲେ ମସ୍ତି