କ୍ରୀଡା

ସ୍ୱପ୍ନା ଗିଲଙ୍କୁ ମିଳିଲା ଜାମିନ, ଜେଲରୁ ଫେରି ପୃଥ୍ଵୀ ଶ’ଙ୍କ ଉପରେ କଲେ କେସ୍‌

ଟିମ୍‌ ଇଣ୍ଡିଆର ଯୁବ ଖେଳାଳି ପୃଥ୍ଵୀ ଶ’ଙ୍କ ୟୁଟ୍ୟୁବର ସ୍ୱପ୍ନା ଗିଲ୍‌ ଆକ୍ରମଣ କରି ଗିରଫ ହୋଇଥିଲେ । ଏବେ ତାଙ୍କୁ ଜାମିନ ମିଳିଯାଇଛି । ତେବେ ଜାମିନ ମିଳିବା ପରେ ସ୍ୱପ୍ନା ପୃଥ୍ଵୀ ଏବଂ ତାଙ୍କ ସାଙ୍ଗ ଆଶିଷ ଯାଦବଙ୍କ ବିରୋଧରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ନିକଟରେ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ସ୍ୱପ୍ନା ଗିଲ୍‌ ଏବଂ ତାଙ୍କ ସାଙ୍ଗମାନେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁ ଆଶିଷ ଯାଦବ ସହିତ ସେଲଫିକୁ ନେଇ ବିବାଦ ଲାଗିଥିଲା। ତେବେ ସ୍ୱପ୍ନା ଏବଂ ତାଙ୍କ ସାଙ୍ଗମାନେ ପୃଥ୍ଵୀଙ୍କ ଉପରେ ଆକ୍ରମଣ କରି କାର କାଚ ଭାଙ୍ଗିଦେଇଥିଲେ । ଏହି ଘଟଣାରେ ମୁମ୍ବାଇ ପୋଲିସ ୮ ଜଣକୁ ଗିରଫ କରିଥିଲା । ଆଉ ଏବେ ସ୍ୱପ୍ନା ଜାମିନରେ ଆସିବା ପରେ ପୃଥ୍ଵୀ ଉପରେ ପାଲଟା ଅଭିଯୋଗ କରିଥିଲେ ।

ନିଜ ଅଭିଯୋଗରେ ସ୍ୱପ୍ନା କହିଛନ୍ତି, କ୍ଲବରେ କ୍ରିକେଟର ନିଶାରେ ଚୁର ଥିଲେ । ମୋ ସାଙ୍ଗ ସେଲଫି ନେବା ପାଇଁ ଯାଇଥିବା ବେଳେ ଝଗଡା ହୋଇଥିଲା । ପୃଥ୍ଵୀ ଏବଂ ତାଙ୍କ ସାଙ୍ଗ ପ୍ରଥମେ ଉସକାଇଥିଲେ । ତା୩ ପରେ ଝଗଡା ବଢିଥିଲା । ସ୍ୱପ୍ନା ପୃଥ୍ଵୀଙ୍କ ବିରୋଧରେ ଆଇପିସି ଧାରା ୩୪, ୧୨୦ ବି, ୧୪୬, ୧୪୯, ୩୨୩, ୩୫୧, ୩୫୪ ଏବଂ ୫୦୯ ଅଧିନରେ ମାମଲାରେ ଦାଏର ହୋଇଛି ।

ସୂଚନାଯୋଗ୍ୟ, ଫେବୃଆରୀ ୧୫ ତାରିଖ ରାତିରେ ଏକ ପଞ୍ଚତାରକା ହୋଟେଲରେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁ ଡିନର କରି ଫେରିବା ସମୟରେ ଏହି ଘଟଣା ଘଟିଥିଲା। ସେ ଏଠାରୁ ବାହାରିବା ସମୟରେ ସ୍ୱପ୍ନା ଏବଂ ତାଙ୍କ ସାଙ୍ଗମାନେ ସେଲଫି ନେବାକୁ ଆସିଥିଲେ । କିଛି ଫଟୋ ଉଠାଇବା ପରେ ସେମାନେ ଯିବାକୁ ବାହାରିବା ସମୟରେ ସ୍ୱପ୍ନା ଏବଂ ତାଙ୍କ ବନ୍ଧୁ ଆଉ ଫଟୋ ଉଠାଇବାକୁ ଜିଦି କରିଥିଲେ । କିନ୍ତୁ ପୃଥ୍ଵୀ ଏବଂ ତାଙ୍କ ବନ୍ଧୁ ମନା କରିଦେଇଥିଲେ । ଆଉ ସେମାନେ କିଛି ଦୂର କାରରେ ଯିବା ପରେ ସ୍ୱପ୍ନା ଏବଂ ତାଙ୍କ ସାଙ୍ଗମାନେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ ।

ଏହାପରେ ସ୍ୱପ୍ନା ଓ ତାଙ୍କ ସାଙ୍ଗମାନେ ହୋଟେଲ୍ ବାହାରେ ଜଗି ରହିଥିଲେ। ଶ’ ଓ ତାଙ୍କ ବନ୍ଧୁ ରାତ୍ର ଭୋଜନ କରି ହୋଟେଲ୍ରୁ କାର୍ରେ ବାହାରିବା ପରେ ସ୍ୱପ୍ନା ଗିଲ୍ ଓ ତାଙ୍କ ସାଙ୍ଗମାନେ ସେମାନଙ୍କୁ ପିଛା କରିଥିଲେ। ଶ’ ଓ ତାଙ୍କ ବନ୍ଧୁଙ୍କୁ ବାଟରେ ଅଟକାଇ ସେମାନେ ଆକ୍ରମଣ କରିଥିଲେ। ସେମାନଙ୍କ ହାତରେ ବେସ୍ବଲ୍ ଷ୍ଟିକ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ରହିଥିଲା। ସ୍ୱପ୍ନା ଗିଲ୍ ବେସ୍ବଲ୍ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ’ଙ୍କ ବନ୍ଧୁଙ୍କ କା ରକୁ ପିଟିଥିଲେ କରିଥିଲେ। ଓସିୱାରା ଥାନା ପୋଲିସ ସ୍ୱପ୍ନା ଗିଲ୍ଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗୁରୁବାର ସନ୍ଧ୍ୟାରେ ଗିରଫ କରିଥିଲା।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

47 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago