ଲଣ୍ଡନ୍‌ କଲେଜରୁ ଡାକ୍ତରୀ ପଢ଼ା ଶେଷ କଲେ ସଚିନ୍‌ଙ୍କ ଝିଅ ସାରା ତେନ୍ଦୁଲକର, ସେୟାର କଲେ ଗ୍ରାଜୁଏସନ୍‌ ସେରିମନି ଫଟୋ

କ୍ରିକେଟ୍‌ ଜଗତର ଭଗବାନ ତଥା ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଲଣ୍ଡନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏ ଅବସରରେ ସେମାନଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ଉତ୍ସବ ବେଳେ ସାରାଙ୍କ ସହ ବାପା ସଚିନ ତେନ୍ଦୁଲକର ଓ ମା’ ଅଞ୍ଜଳି ବି ଉପସ୍ଥିତ ଥିଲେ।

ଏହି ଫଟୋକୁ ସାରା ତେନ୍ଦୁଲକର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, ‘ମୁଁ କ’ଣ କରିଦେଲି?’

 

View this post on Instagram

 

A post shared by Sara Tendulkar (@saratendulkar)


ଏହି ପୋଷ୍ଟରେ ସାରା ନିଜର ଗ୍ରାଜୁଏଟ୍‌ ହୋଇଥିବା ଫଟୋ ସେୟାର କରିଛନ୍ତି। ଫଟୋରେ ସେ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ମୁଣ୍ଡରେ ଗ୍ରାଜୁଏଟ୍‌ କ୍ୟାପ୍‌ ପିନ୍ଧିଛନ୍ତି। ସେହିପରି ଆଉ ଏକ ଫଟୋରେ ସାରାଙ୍କ ଦୁଇ କଡ଼ରେ ସଚିନ ଓ ଅଞ୍ଜଳି ଠିଆ ହୋଇଛନ୍ତି। ଆଉ ଏକ ଫଟୋରେ ସାରା ଗ୍ରାଜୁଏଟ୍‌ ସାର୍ଟିଫିକେଟ୍‌ ଗ୍ରହଣ କରୁଥିବା ନଜର ଆସିଛି। ଏସବୁ ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଗ୍ରାଜୁଏସନ୍‌ ଶେଷ କରିବା ପରେ ସାରା ଓ ପୂରା ପରିବାର କେତେ ଖୁସି ଅଛନ୍ତି।

 

View this post on Instagram

 

A post shared by Sachin Tendulkar (@sachintendulkar)

ପ୍ରକାଶ ଯେ ସାରା ତେନ୍ଦୁଲକର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ପଢ଼ା ସାରିବା ପରେ ଗ୍ରାଜୁଏସନ୍‌ ପାଇଁ ଲଣ୍ଡନ୍‌ ଚାଲିଯାଇଥିଲେ। ସାରା ଲଣ୍ଡନ୍‌ ବିଶ୍ୱ ବିଦ୍ୟାଳୟରୁ ମେଡିସିନ୍‌ ପଢ଼ା ଶେଷ କରିଛନ୍ତି। ସୂଚନାଯୋଗ୍ୟ ଯେ ସାରାଙ୍କ ମା’ ଅଞ୍ଜଳି ମଧ୍ୟ ଜଣେ ଡାକ୍ତର। ଏବେ ସାରା ମା’ଙ୍କ ପଦ ଅନୁସରଣ କରୁଛନ୍ତି।

 

View this post on Instagram

 

A post shared by Sara Tendulkar (@saratendulkar)

ସାରା ହେଉଛନ୍ତି ସଚିନ୍‌ ତେନ୍ଦୁଲକରଙ୍କ ବଡ଼ ଝିଅ। ସଚିନ୍‌ଙ୍କ ସାନ ପୁଅ ହେଉଛନ୍ତି ଅର୍ଜୁନ୍‌ ତେନ୍ଦୁଲକର। ଅର୍ଜୁନ୍‌ ଏବେ କ୍ରିକେଟ୍‌ ଉପରେ ପୂରା ଫୋକସ୍‌ କରୁଛନ୍ତି। ସେ ଇଣ୍ଡିଆ ପକ୍ଷରୁ ଅଣ୍ଡର ୧୯ ପାଇଁ ଶ୍ରୀଲଙ୍କା ଗସ୍ତ କରିଥିଲେ। ସେ ଜଣେ ଭଲ ବୋଲର ଓ ବ୍ୟାଟ୍ସ ମ୍ୟାନ୍‌।

Leave A Reply

Your email address will not be published.