ନିଜ ଜନ୍ମଦିନ ପାଳିବାର ୨ ଘଣ୍ଟା ପୂର୍ବରୁ ବାପା ହେଲେ ସରଫରାଜ, ଘରକୁ ଆସିଲେ କୁନି ଅତିଥି

ବାପା ହେଲେ ଭାରତୀୟ ଟେଷ୍ଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସରଫରାଜ ଖାନ୍ । ଅକ୍ଟୋବର ୨୧ରେ ତାଙ୍କ ପତ୍ନୀ ରୋମାନା ଜହୁର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଅକ୍ଟୋବର ୨୨ରେ ସରଫରାଜଙ୍କ ଜନ୍ମଦିନ । ସେ ତାଙ୍କ କୁନି ପୁଅ ଏବଂ ପିତାଙ୍କ ସହ ଏକ ଫଟୋ ଶୟୋର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ନିଜ ଜନ୍ମଦିନ ହେବାର ମାତ୍ର ୨ ଘଣ୍ଟା ପୂର୍ବରୁ ବାପା ହୋଇଛନ୍ତି ସରଫରାଜ ଖାନ । ସରଫରାଜ ନିଜର ୨୭ ତମ ଜନ୍ମଦିନ ପାଳନ କରିବା ପୂର୍ବରୁ ବାପା ହୋଇଛନ୍ତି । ସରଫରାଜ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ବର୍ତ୍ତମାନ ସରଫରାଜ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛନ୍ତି । ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସରଫରାଜ ଶାନଦାର ପ୍ରଦର୍ଶନ କରି ୧୫୦ ରନ୍ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସରଫରାଜ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪ଟି ଟେଷ୍ଟ ମ୍ୟାଚ୍ ଏବଂ ୫୨ ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖଳେିଛନ୍ତି । ୨୦୨୩ ଅଗଷ୍ଟ ୬ରେ ସେ ରୋମାନା ଜହୁରଙ୍କୁ ବିବାହ କରିଥିଲେ ।