ଭାରତୀୟ ଟିମ୍ ଏବେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି । ଏହାରି ମଧ୍ୟରେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର ଆସିଛି । ଭାରତର ଯୁବ ଖେଳାଳି କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସରଫରାଜ ଖାନଙ୍କ ସାନ ଭାଇ ମୁଶିର ଖାନ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏଥିପାଇଁ ମୁଶିର ଆଗାମୀ ଇରାନୀ କପ୍ ଖେଳିପାରିବେନି । ମୁଶିର ନିକଟରେ ଦଲ୍ଲୀପ ଟ୍ରଫିରେ କମାଲ ପ୍ରଦର୍ଶନ କରିଥିଲେ ।
ମୁଶିର ଖାନ ବାପାଙ୍କ ସହିତ କାରରେ ବସି ଆଜମଗଡରୁ ଲକ୍ଷ୍ନୌ ଯାଉଥିଲେ । ଲକ୍ଷ୍ନୌରେ ତାଙ୍କ ଟିମ୍ ମୁମ୍ବାଇ ବିପକ୍ଷରେ ଇରାନୀ କପ୍ ପାଇଁ ମ୍ୟାଚ ଖେଳିଥାନ୍ତା । ତେବେ ଦୁର୍ଘଟଣା ପରେ ମୁଶିରଙ୍କୁ ଲକ୍ଷ୍ନୌର ହସପିଟାଲରେ ଭର୍ତ୍ତି କରାଯାଇଛି । ମୁଶିରଙ୍କ ବାପା ସହିତ ଅନ୍ୟ ଲୋକ ମଧ୍ୟ କାରରେ ଥିଲେ । ମୁଶିରଙ୍କ ବେକରେ ଆଘାତ ଲାଗିଛି ।
ତେଣୁ ଦୀର୍ଘ ସମୟ ପାଇଁ ବିଶ୍ରାମ କରିବାକୁ କୁହାଯାଇଛି । ଏଥିପାଇଁ ସେ ଇରାନୀ କପରେ ଭାଗ ନେବେ ନାହିଁ । ମୁଶିରଙ୍କ ଭାଇ ସରଫରାଜ ମଧ୍ୟ ଇରାନୀ କପରେ ଖେଳିବେ ।
୧୯ ବର୍ଷୀୟ ଯୁବ ଖେଳାଳି ମୁଶିର ଦଲ୍ଲୀପ ଟ୍ରଫି ୨୦୨୪ରେ କମାଲ୍ ପ୍ରଦଶର୍ନ କରିଛନ୍ତି । ମୁଶିର ଦଲ୍ଲୀପ ଟ୍ରଫିରେ ଭାରତ ଏ ପାଇଁ ଡେବୁ୍ୟ କରିଥିଲେ । ସେ ୧୮୧ ରନର ଇନିଂସ ଖେଳିଥିଲେ । ମୁଶିର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ମୁଶିର ୩୭୩ ବଲ୍ ଖେଳି ୧୮୧ ରନ୍ କରିଥିଲେ । ଏହି ସମୟରେ ୧୬ଟି ଚଉକା ଏବଂ ୫ଟି ଛକା ମାରିଛନ୍ତି ।