ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଐତିହାସିକ ଲର୍ଡସ ମଇଦାନରେ ମୁହାଁମୁହିଁ ହେବେ ଉଭୟ ଦଳ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ଜିତି ପାଞ୍ଚଟିକିଆ ସିରିଜକୁ ଫେରିବା ପାଇଁ ପଡ଼ିିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଲର୍ଡସରେ ଭାରତର ରେକର୍ଡ ଭଲ ନାହିଁ । ୧୭ଟି ଟେଷ୍ଟରୁ ଭାରତ ୨ଟିରେ ବିଜୟ ଲାଭ କରିଥିବା ବେଳେ ୧୧ଟିରେ ପରାସ୍ତ ହୋଇଛି । ସେହିପରି ୪ଟି ମ୍ୟାଚ୍ ଡ୍ର’ ରହିଛି । ଟିମ୍ ଇଣ୍ଡିଆ ପାଇଁ ବ୍ୟାଟିଂ ସମସ୍ୟା ମୁଣ୍ଡବ୍ୟଥା ପାଲଟିଛି ।
ଅଧିନାୟକ ବିରାଟ କୋହଲିଙ୍କ ଛଡ଼ା ସମସ୍ତ ବ୍ୟାଟ୍ସମ୍ୟାନ ପ୍ରଥମ ଟେଷ୍ଟରେ ଫେଲ ମାରିଥିଲେ । ତେବେ ଦଳର ବୋଲରଙ୍କ ଭଲ ପ୍ରଦର୍ଶନ କରିଛନ୍ତି । ବିଦେଶ ମାଟିରେ ବିପକ୍ଷ ଟିମ୍ର ୨୦ଟି ଓ୍ଵିକେଟ ଖସାଇବାକୁ ସମର୍ଥ ହୋଇଥିଲେ । ଦ୍ୱିତୀୟ ଟେଷ୍ଟ ଜିତିବାକୁ ପୂରା ଦମ୍ ଲଗାଇବ ଘରୋଇ ଟିମ । ପ୍ରଥମ ଟେଷ୍ଟ ଜିତିବା ପରେ ଦଳ ଗେମ୍ ପ୍ଲାନ କରିଛି । ତେବେ ବ୍ୟାଟିଂ ପ୍ରଦର୍ଶନ ନେଇ ଚିନ୍ତାରେ ଅଛି ଟିମ୍ ଇଂଲଣ୍ଡ ।