ଏହି ଫଟୋ ଦେଖି ଆପଣ ନିହାତି କହିବେ, ‘ସତରେ! କୋହଲିଙ୍କ ଫ୍ୟାନ୍‌ ଅଲଗା ଲେଭଲ୍‌ରେ ଚାଲୁଛନ୍ତି’

ବଲିଉଡ୍‌ର କୌଣସି ସେଲିବ୍ରିଟି ହୁଅନ୍ତି ଅବା କ୍ରିକେଟ୍‌ ଷ୍ଟାର୍‌, ଏମାନଙ୍କ ଫ୍ୟାନ୍‌ଙ୍କ ବିଷୟରେ କ’ଣ ବା କୁହାଯାଇପାରିବ? ସେମାନଙ୍କର ଗୋଟିଏ ଗୋଟିଏ କାମ ଷ୍ଟାର୍‌ମାନଙ୍କୁ ଆହୁରି ବଡ଼ ଷ୍ଟାର୍‌ ବନାଇ ଦେଇଥାଏ। ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ ବିରାଟ କୋହଲିଙ୍କ ଫ୍ୟାନ୍ସ ତାଙ୍କ ପାଇଁ କେତେ ଯେ ପାଗଳ ତାହା ଆପଣମାନେ ଜାଣିଥିବେ।


ଏବେ ଏବେ ସୋସିଆଲ ମିଡିଆରେ ବିରାଟଙ୍କର ଜଣେ ଫ୍ୟାନ୍‌ଙ୍କ ଫଟୋ ସାମ୍ନାକୁ ଆସିଛି। ଏଥିରେ ଜଣେ ଯୁବକ ନିଜ କେଶକୁ କଟିଂ କରାଇ ବିରାଟଙ୍କ ଫେସ୍‌ ବନାଇଛନ୍ତି। Chirag Khilare ନାମକ ଏହି ଯୁବକ ନିଜ ଟୁଇଟର ଆକାଉଣ୍ଟରେ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରିବା ସହିତ ସେ କ୍ୟାପ୍‌ସନ ଲେଖିଛନ୍ତି, ‘ହୃଦୟରୁ ମୁଣ୍ଡ ପଯ୍ୟର୍ନ୍ତ’।

ତେବେ Chirag ପୂର୍ବରୁ ମଧ୍ୟ ଏମିତି ଆଉ ଏକ ଫଟୋ ଟୁଇଟରରେ ଛାଡ଼ିଥିଲେ। ଏହି ଫଟୋ ୫ ନଭେମ୍ବର ୨୦୧୯ର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.