କ୍ରୀଡା

ଜାତୀୟ ବଧିର ଟେଷ୍ଟ ଓ ଟି-୨୦ କ୍ରିକେଟ ପାଇଁ ଓଡିଶାରୁ ଖେଳାଳି ଚୟନ

ଭୁବନେଶ୍ୱର : ଜାତୀୟ ବଧିର ଟେଷ୍ଟ ଓ ଟି-୨୦ କ୍ରିକେଟ ଚାମ୍ପିଅନସିପ୍ ପାଇଁ ଓଡ଼ିଶା ପକ୍ଷରୁ ଖେଳିବା ପାଇଁ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବଧିର କ୍ରିକେଟ ଏକାଡେମୀ ପକ୍ଷରୁ କିଟ୍ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବିଶେଷକରି କଳାହାଣ୍ଡି, ବ୍ରହ୍ମପୁର ଓ ବଲାଙ୍ଗୀର ଆଦି ଜିଲ୍ଲାରୁ ଖେଳାଳି ମାନେ ଯୋଗ ଦେଇଥିଲେ।

ମୁଖ୍ୟ ଚୟନ କର୍ତ୍ତା ରବିନ୍ଦ୍ର ନାୟକ ଓ ସାଗର କାନ୍ତ ସେନାପତିଙ୍କ ଦ୍ଵାରା ଚୟନ ପ୍ରକ୍ରିୟା ସକାଳୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଉଭୟ ଚାମ୍ପିଅନସିପ୍ ପାଇଁ ୧୯ ଜଣଙ୍କୁ ମନୋନୀତ କରାଯାଇଥିଲା। ପ୍ରାଥମିକ ତାଲିକାରେ ୧୬ ଜଣ ଥିଲା ବେଳେ ୩ ଜଣ ଷ୍ଟାଣ୍ଡଵାଇ ଥିଲେ।

ସେମାନେ ହେଲେ ହରପ୍ରସାଦ ରଥ, ରବିନ୍ଦ୍ର କୁମାର ନାୟକ, ସୋଭନ ରଥ, ସୌଭାଗ୍ୟ ମହାନ୍ତି, ରଞ୍ଜନ କୁମାର ସାହୁ, ପ୍ରଦୀପ ପାଣ୍ଡେ, ମାନସ କୁମାର ସାମଲ, ଆନନ୍ଦ ଭୋଇ, ଶଶୀଭୂଷଣ ମହାନ୍ତି, ସୁଶାନ୍ତ କୁମାର ଦାଶ, ହିମାଂଶୁ ଭୂଷଣ ବରାଳ, ଦିଲ୍ଲୀପ କୁମାର ପ୍ରଧାନ, ଅମିତ୍ ତିର୍କି, ଏସ୍ କେ ସାହାଣୀ, ସରୋଜ ତରାଇ, ପ୍ରବୀର କୁମାର ଖୋସଲା। ଷ୍ଟାଣ୍ଡ ବାଇ ଖେଳାଳି ଭାବରେ ଜ୍ୟୋତି ରଞ୍ଜନ ବେହେରା, କ୍ଷୀର ସିନ୍ଧୁ ସେଠ୍, କେ କେ ବାରିକଙ୍କୁ ମନୋନୀତ କରାଯାଇଥିଲା।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago