ସେରେନା ଉଇଲିୟମ୍ସ ଆହତଜନିତ କାରଣରୁ ଫ୍ରେଞ୍ଚ ଓପନରୁ ହଟିଲେ

ଆମେରିକାର ଷ୍ଟାର ଟେନିସ ତାରକା ସେରେନା ଉଇଲିୟମ୍ସ ଆହତଜନିତ କାରଣରୁ ବୁଧବାର ଫ୍ରେଞ୍ଚ ଓପନରୁ ହଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେରେନା ପ୍ରଥମ ସେଟରେ କ୍ରିଷ୍ଟି ଅନଙ୍କୁ ହରାଇ ସୋମବାର ଫ୍ରେଞ୍ଚ ଓପନ ମହିଳା ସିଙ୍ଗିଲସର ଦ୍ଵିତୀୟ ରାଉଣ୍ଡ ପାଇଁ ଜାଗା ବନାଇଥିଲେ। Sixth seed ସେରେନା, କ୍ରିଷ୍ଟିଙ୍କୁ ୭-୬, ୬-୦ରେ ହରାଇଥିଲେ।

uun

ସେରେନା ୪୦-୦ ସ୍କୋରରେ ମ୍ୟାଚ ପାଇଁ ସର୍ଭିସ କରୁଥିଲେ, କିନ୍ତୁ କ୍ରିଷ୍ଟି ୩ ମ୍ୟାଚ ପଏଣ୍ଟ ବଞ୍ଚାଇଥିଲେ। ଏସ(ace) ଲଗାଇ ସେରେନା ଚତୁର୍ଥ ମ୍ୟାଚ ପଏଣ୍ଟ ହାସଲ କରିଥିଲେ। କିନ୍ତୁ ଏହାପରେ ଶଟ ନେଟରେ ମାରିଦେଇଥିଲେ। ସେରେନା ବ୍ରେକ ପଏଣ୍ଟ ବଞ୍ଚାଇଥିଲେ ଏବଂ ପୁଣି ଏସ ସହିତ ଆମେରିକାର ସ୍ବଦେଶୀ କ୍ରିଷ୍ଟିଙ୍କୁ ବାହାରର ରାସ୍ତା ଦେଖାଇ ଦେଇଥିଲେ।