ପୁଣି ହାରିଲା ମୁମ୍ବାଇ: ଛକା, ଚଉକା ମାରି ମ୍ୟାଚ୍‌ ଜିତାଇଲେ ବେଷ୍ଟ ଫିନିସର ଧୋନୀ

କେନ୍ୟୁଜ୍: ପୁଣି ହାରିଲା ମୁମ୍ବାଇ । ମୁମ୍ବାଇ ଇଣ୍ଡିଆନ୍ସର ସପ୍ତମ ପରାଜୟ । ଛକା, ଚଉକା ମାରି ମ୍ୟାଚ୍‌ ଜିତାଇଲେ ବେଷ୍ଟ ଫିନିସର ଧୋନୀ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଚେନ୍ନାଇକୁ ୧୫୬ ରନର ଟାର୍ଗେଟ ଦେଇଥିଲା ।

ଧୋନୀଙ୍କ ଫିନିସିଂ ସଟ୍‌ ବଳରେ ଚେନ୍ନାଇ ୨୦ ଓଭର ଖେଳି ୭ ଓ୍ଵିକେଟ ହରାଇ ଟାର୍ଗେଟ ପୂରା କରିଥିଲା । ଧୋନୀ ୧୩ ବଲ ଖେଳି ୨୮ କରିଥିଲେ । ଏଥିରେ ଗୋଟିଏ ଛକା ଥିବା ବେଳେ ୩ଟି ଚଉକା ଥିଲା । ରାୟୁଡୁ ୪୦ ରନ କରିଥିଲେ । ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଖାତା ଖୋଲିପାରିନଥିଲେ । ମୁମ୍ବାଇ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୫୧ ରନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.