ବିସିସିଆଇରେ ବି ମି-ଠୁ ? ସିଇଓଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ : ବିସିସିଆଇରେ ବି ମି-ଠୁ ଅଭିଯୋଗ । ଅଭିଯୋଗ ହୋଇଛି ଏହାର ମୁଖ୍ୟ କାର୍ଯୟ ନିର୍ବାହୀ ଅଧିକାରୀ ରାହୁଲ ଜୋହରୀଙ୍କ ବିରୋଧରେ । ଏବେ ଅଭିଯୋଗର ତଦନ୍ତ କରିବେ ସୁପ୍ରିମ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଏକ ୩ ଜଣିଆ ପ୍ରଶାସନିକ କମିଟି । ଏହି କମିଟିର ମୁଖ୍ୟ ଅଛନ୍ତି ବିନୋଦ ରାୟ । ବିନୋଦ ରାୟ ଏକ ସ୍ବତନ୍ତ୍ର ପ୍ୟାନେଲ ଦ୍ବାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାହୁଲଙ୍କ ବହିଷ୍କାର ଦାବି କରିଛନ୍ତି ଅନ୍ୟତମ ସଦସ୍ୟ ତଥା ପୂର୍ବତନ ମହିଳା କ୍ରିକେଟ୍ ଅଧିନାୟିକା ଡାଏନା ଏଡୁଲଜି । ତିନି ଜଣିଆ ପ୍ୟାନେଲରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରାକେଶ ଶର୍ମା, ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ବରଖା ସିଂହ, ଅହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ପିସି ଶର୍ମା ଅଛନ୍ତି ।
ଜୋହରିଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ୍ର ପ୍ରମାଣ ବିସିସିଆଇ ଉପସ୍ଥାପନ କରିବ । ସେପଟେ ତଦନ୍ତ କରିବାକୁ ଥିବା ପ୍ୟାନେଲକୁ ୧୫ ଦିନ ଭିତରେ ତାର ରିପୋର୍ଟ ଦେବାକୁ କୁହାଯାଇଛି । ସେ ପର୍ଯ୍ୟନ୍ତ ଜୋହରି ଛୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅବଶ୍ୟ ଯୌନ ଶୋଷଣ ଅଭିଯୋଗକୁ ଜୋହରି ଖଣ୍ଡନ କରିଛନ୍ତି । ୨୦୧୬ରେ ଜୋହରି ଡିସ୍କଭା ନେଟୱର୍କରେ ମ୍ୟାନେଜର ଥିବା ବେଳେ ତାଙ୍କର ଜଣେ ମହିଳା ସହକର୍ମୀ କାମ କରୁଥିଲେ । ସେହି ମହିଳା ଜଣକ ତାଙ୍କ ବିରୋଧରେ ମି-ଠୁ ଅଭିଯୋଗ ଆଣିଛନ୍ତି ।