ଶାହିଦ ଆଫ୍ରିଦିଙ୍କ ଜ୍ୱାଇଁ ହେଲେ ଶାହିନ: ବରଯାତ୍ରୀ ହୋଇ ଆସିଲେ ବାବର ଆଜମ, ଶାଦାବ ଏବଂ ସରଫରାଜ

ପାକିସ୍ତାନର ଷ୍ଟାର ବୋଲର ଶାହିନ ଶାହ ଆଫ୍ରିଦି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଶାହିନ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ଝିଅ ଅଶାଂକୁ ବିବାହ କରିଛନ୍ତି । କରାଚୀରେ ଏକ ଭବ୍ୟ ସମାରୋହ କରି ଦୁହେଁ ବିବାହ କରିଛନ୍ତି । ଫେବୃଆରୀ ୩ ତାରିଖରେ ଏହି ବାହାଘର ହୋଇଛି । ଏହାକୁ ନେଇ ପାକିସ୍ତାନ ସମେତ ଖେଳ ଜଗତରେ ବହୁତ ଚର୍ଚ୍ଚା ମଧ୍ୟ ହେଉଛି । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି ।

ଗୁରୁବାର ରାତିରେ ମେହେନ୍ଦୀ ଉତ୍ସବ ରଖାଯାଇଥିଲା। ସେହିପରି ଶୁକ୍ରବାର ଦିନ ବିବାହ କରାଯାଇଥିଲା। ଏହି ଉତ୍ସବରେ ପରିବାର ଲୋକଙ୍କ ସହିତ କ୍ରିକେଟର୍ସ ମଧ୍ୟ ସାମିଲ ଥିଲେ । ବାବର ଆଜମ, ଶାଦାବ ଖାନ, ସରଫରାଜ ଅହମଦ ସାମିଲ ଥିଲେ ।
ତେବେ ଶାହିନଙ୍କ ବିବାହକୁ ଯିବା ପରେ ବାବର ଆଜମ ଟ୍ଵିଟ୍‌ କରିଛନ୍ତି, ଆପଣଙ୍କ ମନ ଏକ ହୋଇଯାଉ, ବହୁତ ବହୁତ ଶୁଭେଚ୍ଛା । ସେହିଭଳି ପିଏସଏଲ୍‌ ଫ୍ରାଞ୍ଜାଇଜ୍‌ ଲାହୋର କଲନ୍ଦର୍ସ ମଧ୍ୟ ନିଜ ଅଧିନାୟକଙ୍କ ବିବାହରେ ଶୁଭେଚ୍ଛା ଜଣାଇଛି ।

ସୂଚନାଯୋଗ୍ୟ, ଶାହିଦ ୨ ବର୍ଷ ପୂର୍ବେ ଶାହିଦ ଆଫ୍ରିଦିଙ୍କ ଝିଅ ସହିତ ନିର୍ବନ୍ଧ କରିଥିଲେ । କରୋନା ଏବଂ ଲକଡାଉନ ଯୋଗୁଁ ବିବାହ ହୋଇପାରିନଥିଲା ।


ଶାହିନ ପାକିସ୍ତାନ ପାଇଁ ୩ଟି ଫର୍ମାଟରେ ଖେଳିସାରିଛନ୍ତି । ସେ ୨୫ଟି ଟେଷ୍ଟ ମ୍ୟାଚରେ ୯୯ ଓ୍ଵିକେଟ, ୩୨ ଦିନିକିଆରେ ୬୨ ଓ୍ଵିକେଟ, ୪୭ ଟି୨୦ରେ ୫୮ ଓ୍ଵିକେଟ ନେଇଛନ୍ତି । ଶାହିନ ପ୍ରଥମ ଓଭରରେ ଓ୍ଵିକେଟ ନେବାରେ ଲୋକପ୍ରିୟ ଖେଳାଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.