ଦେବାଳିଆ ସ୍ଥିତିରେ ପାକିସ୍ତାନ କ୍ରିକେଟ ବୋର୍ଡ, ଖେଳାଳିଙ୍କ ଚିକିତ୍ସା ପାଇଁ ବୋର୍ଡ ପାଖରେ ନାହିଁ ପଇସା

ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅବସ୍ଥା ଖରାପ ସ୍ଥିତିରେ ରହିଛି ବୋଲି ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦ ଖୁଲାସା କରିଛନ୍ତି। ଦେଶର ଆର୍ଥିକ ସ୍ଥିତି ଖରାପ ଚାଲିଥିବା ବେଳେ ବୋର୍ଡର ସ୍ଥିତି ମଧ୍ୟ ଖରାପ ରହିଛି। ଶାହିଦ ଏକ ଚ୍ୟାନେଲରେ କହିଛନ୍ତି, ପାକିସ୍ତାନ କ୍ରିକେଟ ବୋର୍ଡ ପାଖରେ ନିଜ ଖେଳାଳିଙ୍କ ଚିକିତ୍ସା ପାଇଁ ଅର୍ଥ ନାହିଁ।

ଖବର ମୁତାବକ, ପାକିସ୍ତାନ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଆହତଜନିତ ସମସ୍ୟା ଯୋଗୁଁ ଖେଳରୁ ବାଦ୍‌ ପଡିଛନ୍ତି। ଆଉ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଲଣ୍ଡନ ଯାଇ ଫେରିଛନ୍ତି। କେବଳ ଏତିକି ନୁହେଁ, ରହିବା , ଖାଇବା ଏବଂ ଟିକେଟ୍‌ ଖର୍ଚ୍ଚ ମଧ୍ୟ ନିଜେ କରିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ ଆଗାମୀ ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ପାକିସ୍ତାନୀ ଟିମ୍‌ ଘୋଷଣା କରିଛି। ଏଥିରେ ଶାହିନ ଆଫ୍ରିଦିଙ୍କୁ ସାମିଲ କରାଯାଇଛି। ଶାହିନ ସର୍ଜରୀ କରିବା ପରେ ଟିମ୍‌କୁ ଫେରିଛନ୍ତି।

ଏହାକୁ ନେଇ ଶାହିଦ ଆଫ୍ରିଦ  କହିଛନ୍ତି, ଅନେକ ଥର ସବୁକିଛି ମୁସ୍କିଲ ହୋଇପଡେ। ଶାହିନ ନିଜେ ଇଂଲଣ୍ଡ ଯାଇଥିଲେ। ନିଜେ ଟିକେଟ କରି ଯାଇଥିଲେ। ନିଜ ପଇସା ଖର୍ଚ୍ଚ କରି ରହିଥିଲେ। ଡାକ୍ତର ମଧ୍ୟ ନିଜେ ଯୋଗାଡ କରିଥିଲେ। ସବୁକିଛି ନିଜେ କରିଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ କିଛି ବି କରିନାହିଁ।

ସୂଚନାଯୋଗ୍ୟ, ନିକଟରେ ଶାହିନ ଆହତଜନିତ କାରଣରୁ ଏସିଆ କପରୁ ବାଦ୍‌ ପଡିଥିଲେ। ଏସିଆ କପରେ କିଛି ମ୍ୟାଚ୍‌ ଖେଳିବା ପରେ ସର୍ଜରୀ ପାଇଁ ସିଧା ଲଣ୍ଡନ ଯାଇଥିଲେ। ଏହି ସମୟର ସବୁ ଖର୍ଚ୍ଚ ସେ ନିଜେ କରିଥିଲେ। ତାଙ୍କ ପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିନି ପାକିସ୍ତାନ କ୍ରିକେଟ ବୋର୍ଡ। ଆଣ୍ଠୁରେ ଆଘାତ ଲାଗିବା ଯୋଗୁଁ ଏସିଆ କପରୁ ବାଦ୍‌ ପଡିଥିଲେ ପାକିସ୍ତାନୀ ଖେଳାଳି ଶାହିନ ଆଫ୍ରିଦି। ଖେଳରୁ ବାଦ୍‌ ପଡିବା ସତ୍ତ୍ୱେ ମଧ୍ୟ ଟିମ୍‌ ସହିତ ଦୁବାଇ ଗସ୍ତ କରିଥିଲେ।

ତେବେ ଶାହିନ ଆଫ୍ରିଦି ଶାହିଦ ଆଫ୍ରିଦଙ୍କ ଭାବିଜ୍ୱାଇଁ। ଶାହିଦଙ୍କ ଝିଅ ସହିତ ଶାହିନଙ୍କର ନିର୍ବନ୍ଧ ହୋଇସାରିଛି।

ପାକିସ୍ତାନ ଟି-୨୦ ବିଶ୍ୱକପ ଟିମ୍‌ : ବାବର ଆଜମ(ଅଧିନାୟକ), ଶାଦାବ ଖାନ, ଆସିଫ ଅଲ୍ଲୀ, ହାଇଦର ଅଲ୍ଲୀ, ହାରିସ ରଉଫ, ଇପ୍ତିଖାର ଅହମ୍ମଦ, ଖୁସାଦିଲ ଶାହ, ମହମ୍ମଦ ହୁସୈନ, ମହମ୍ମଦ ନଓ୍ଵାଜ, ମହମ୍ମଦ ରିଜଓ୍ଵାନ, ମହମ୍ମଦ ଓ୍ଵାସିମ ଜୁନିଅର, ନସିମ ଶାହ, ଶାହିନ ଶାହ ଆଫ୍ରିଦି, ଶାନ ମସୁଦ, ଉସମାନ କାଦିର।

ଷ୍ଟାଣ୍ଡବାଇ ଖେଳାଳି: ମହମ୍ମଦ ହାରିସ, ଫଖର ଜମା ଏବଂ ଶାହନବାଜ ଦହାନୀ ।

Also Read : ଟେନିସରୁ ବିଦାୟ ନେଲେ ରୋଜର ଫେଡେରର, ଟୁଇଟ୍‌ କରି କଲେ ଘୋଷଣା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.